Abhajana
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଦଳିତ ସାହିତ୍ୟ ସାମାଜିକ ବୈଷମ୍ୟ ଅସ୍ପୃଶ୍ୟତା ଲିଙ୍ଗ ଭେଦ ଓ ଅସମାନତା ବିରୁଦ୍ଧରେ ବିଦ୍ରୋହ ଘୋଷଣା କରେ । ଭାରତୀୟ ସମାଜରେ 'ଶ୍ରେଣୀ ସଂଘର୍ଷ' ଓ 'ଦଳିତ ବିଦ୍ରୋହ'କୁ ସମଭାବରେ ଗ୍ରହଣ କରାଯାଇପାରିବ ନାହିଁ । ଧନୀ ଓ ଗରିବ ମଧ୍ୟରେ ତାରତମ୍ୟ ସେତେବଡ଼ ସମସ୍ୟା ନୁହେଁ । ଧନୀ ଦିନେ ଗରିବ ଓ ଗରିବ ଦିନେ ଧନୀ ହୋଇଥିବାର ଦୃଷ୍ଟାନ୍ତ ଦୁନିଆରେ ଅଭାବ ନାହିଁ । କିନ୍ତୁ ଜାତି ଜନିତ ବୈଷମ୍ୟ ସବୁ କାଳ ପାଇଁ ସତେ ଯେପରି ଅମରତ୍ୱ ଲାଭ କରିଛି । ଜାତି ପ୍ରଥାରେ ଉଚ୍ଚବର୍ଗ ସଦାବେଳେ ଶ୍ରେଷ୍ଠ ଦଳିତ ସର୍ବଦା ନିଚ୍ଚ ହୋଇ ଆଜୀବନ ମଥାନତ ହୋଇ ବଂଚିରହେ । ଦାରିଦ୍ର‌୍ୟ ଅପେକ୍ଷା ଜାତି ପ୍ରଥା ଅତି ଉତ୍କଟଭାବେ ଅବହେଳିତ ସମାଜର ଦୁଃଖର କାରଣ ହୋଇଚାଲିଛି । ଏହି ଜାତିପ୍ରଥାକୁ ସାହିତ୍ୟରେ ଯେ ବିରୁଦ୍ଧ କରାଯାଇ ନାହିଁ ତାହାନୁହେଁ ଯେତିକି କରାଯାଇଛି ତାହା ଧର୍ମର ଦ୍ୱାହି ତଳେ ସେଭଳି ପରିପ୍ରକାଶ ପାଇପାରିନାହିଁ । ବାରଶହ ବର୍ଷ ତଳେ ଲିଖିତଚର୍ଯ୍ୟା ଗୀତିକାରେ କାହ୍ନୁ ପାଦଙ୍କ ବର୍ଣ୍ଣନା 'ନଗର ବାହିରେ ଡୋମ୍ବି ତୋହେରି କୁଡ଼ିଆ/ଛୋଇଛୋଇ ଯାହି ସୋ ବ୍ରାହ୍ମ ନାଡ଼ିଆ'.....ରୁ ଅନୁଭବ କରିହୁଏ ନଗର ବାହାରେ ଅବହେଳିତ ସମାଜର ଘର ଥିଲା । ସେ ଘର ଭିତରେ ଅତି ଅସ୍ୱାଭାବିକ ଜୀବନ ଯାପନ କରୁଥିଲା ବାସନ୍ଦ ମଣିଷ । ଠିକ୍ ସେହିଭଳି ଚର୍ଯ୍ୟା ଗୀତିକାର ଛଅଶହ ବର୍ଷ ପରେ ପଂଚସଖା ଯୁଗର ବିଦ୍ରୋହୀ କବି ବଳରାମ ଦାସ ଜାତିପ୍ରଥାକୁ ଦୃଷ୍ଟିରେ ରଖି ରଚନା କରିଛନ୍ତି 'ଲକ୍ଷ୍ମୀ ପୁରାଣ' । ଏହି ପୁରାଣରେ ଠାଏ କହିଛନ୍ତି :

'ଚଣ୍ଡାଳୁ ବ୍ରାହ୍ମଣ ଯାଏ ଖିଆଖୋଇ ହେବେ

ସମସ୍ତେ ଖାଇଣ ହସ୍ତ ଜଳେ ନ ଧୋଇବେ

ହାଡ଼ିର ହସ୍ତୁ ବ୍ରାହ୍ମଣ ଛଡ଼ାଇ ଖାଇବେ

ବ୍ରାହ୍ମଣ ଖାଇ ହସ୍ତକୁ ମୁଣ୍ଡରେ ପୋଛିବେ ।'

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
downArrow

Details

LOOKING TO PLACE A BULK ORDER?CLICK HERE