Agni Saraswati


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ବେଦରେ ନାରୀର ଦଶନାମ ଓ ଦଶଟି ସଜ୍ଞା । ଭାବ ଓ ଗୁଣ ଦୃଷ୍ଟିରୁ ଏକ ସଜ୍ଞା ଆରେକର ବିରୋଧୀ । ଇଡ଼ା ଓ ରନ୍ତା ଭାବରେ ସେ ମାଧୁର୍ଯ୍ୟ ଓ ରମଣୀ ଭାବର ପ୍ରତୀକ । ହେଲେ ହବ୍ୟା ଭାବରେ ସେ ଅଗ୍ନିକୁ ଅଧିକ ପ୍ରଜ୍ଜ୍ୱଳିତ କରେ । ସେ ସରସ୍ୱତୀ ଏବଂ ଅଦିତି । ସ୍ୱର ଓ ବାଣୀର ସେ ଈଶ୍ୱରୀ ସମାନ୍ତରାଳରେ ସେ ଅମରତ୍ୱର ମାର୍ଗ । ସେ ଅଦିତି ବା ଅଖଣ୍ଡିତା । ଅଗ୍ନି ଓ ସରସ୍ୱତୀର ମିଶ୍ରଭାବରେ ତାର ପରିଚୟ ଏକ ଭିନ୍ନ ଏକକ ସୃଷ୍ଟି କରିଥାଏ । ଅଗ୍ନି ସରସ୍ୱତୀ ସେ ବୈଦିକ ଅନୁଭବର ଆଭାସ କି?ଅଗ୍ନି ଓ ସରସ୍ୱତୀ ଏମାନଙ୍କୁ ଏକପଦୀ ବୋଲି କହି ହେବ କି? ଯେତେବେଳେ ଗୋଟେ କବିତା ସଙ୍କଳନର ନାମ ଅଗ୍ନି ସରସ୍ୱତୀ ସେଠି ଏ ପ୍ରଶ୍ନ ସ୍ୱାଭାବିକ । ଉଗ୍ରତା ଏ କବିତାର ମୂଳପିଣ୍ଡ । ଦହନ ଏ କବିତାର ମଞ୍ଜି । ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଦ୍ରୋହର କବି । ତାଙ୍କ କବିତାରେ ଜଳିବା ଓ ଜାଳିବାର ଏକ ଆଗ୍ନେୟ ପ୍ରକ୍ରିୟା ରହିଥାଏ । ହେଲେ ଏ କବିତା ବହି ତାର ଏକ ବ୍ୟତିକ୍ରମ । ଗତ ତିନୋଟି ସଙ୍କଳନରେ ଉଗ୍ରତାର ଯେଉଁ ପ୍ରଖର ପ୍ରବାହ ସେଥିରୁ ମୁକ୍ତ ହେବାର ଏକ ସଚେତନ ପ୍ରୟାସ ଏ ବହିରେ ଅଛି । ଦ୍ରୋହ ଭିତରୁ ଅଙ୍କୁରିତ ହେଉଛି ପ୍ରେମ । ହୁତାଶନରୁ ପ୍ରକାଶିତ ହେଉଛି ଜଳକଣା । ଏ କବିତା ବହି ଏକ ନୂଆ ବାଟର ଆରମ୍ଭ ।
downArrow

Details