ARANYA RA ANTAHSWARA


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

କ୍ଷଣ ଭଙ୍ଗୁର ଏ ଜୀବନ । ସୀମିତ କାଳ ମଧ୍ୟରେ କିଛି ତୃପ୍ତି ଓ ଗୁଡାଏ ଦରଦୀ ଅନୁଭବ ଯାଯାବର ଭଳି ଅସ୍ଥାୟୀ ବସାବାନ୍ଧନ୍ତି ମନ ଅରଣ୍ୟରେ । ସେଇଥିରୁ ମାନ-ଅଭିମାନ ବ୍ୟଙ୍ଗ -ବିଦ୍ରୂପ ଆକାଂକ୍ଷା-ଅଭିଳାଷ ତୃଷ୍ଣା-ଅବଶୋଷ ର ଫେଣ୍ଟା ଫେଣ୍ଟି ନିର୍ଯ୍ୟାସ ତ ରୂପ ନିଏ ସ୍ରଷ୍ଟାଙ୍କ ଭାବନାରେ । ଜୀବନଟା ଅରଣ୍ୟ ଠାରୁ କୋଉ କମ୍ କି? ଏଠି ଆସୁରିକ ଚେତନାର ହିଂସ୍ର ହେଣ୍ଟାଳ ଶଙ୍କା ଜାତ କରାଏ ପୁଣି ମଧୁର ବି ଲାଗେ ପ୍ରେମର କୁହୁ କୁହୁ ତାନ । କେତେବେଳେ ଆନନ୍ଦ ର କଳ କଳ ଶବ୍ଦ ମନରେ ଭରିଦିଏ ଶ୍ୟାମଳ ଅନୁରାଗ ତ ଓଁ କାର ଧ୍ଵନି ଜାଗ୍ରତ କରାଏ ନୈସର୍ଗିକ ବାସନା । ଏ ସମସ୍ତଙ୍କୁ ବାନ୍ଧି ରଖିବା ଅଭିବ୍ୟଞ୍ଜିତ କରିବା ଓ ଲୋଚନକୁ ଆଣିବାର ଏକ ସୁନ୍ଦର ପ୍ରୟାସର ଫଳ ଏହି “ଅରଣ୍ୟର ଅନ୍ତଃସ୍ଵର” । ଯେଉଁ ମହାନ୍ ସାରସ୍ଵତ ସାଧକଙ୍କ ତପସ୍ୟାର ଫଳକୁ ନେଇ ଆଜି ଏ ପୁସ୍ତକ ତାର କଳେବର ବୃଦ୍ଧି କରିପାରିଛି ସେହି କାଳ ଜୟୀ ସ୍ରଷ୍ଟା ମାନେ ହେଲେ:-ଶ୍ରୀଯୁକ୍ତ ନିତ୍ୟାନନ୍ଦ ନନ୍ଦୀ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପଟ୍ଟନାୟକ ଶ୍ରୀମତୀ ଆରତୀ ସାହୁ ଶ୍ରୀମତୀ ସୁନିତା ପ୍ରଧାନ ଶ୍ରୀଯୁକ୍ତ ବିମ୍ଵାଧର ମହାପାତ୍ର ଶ୍ରୀଯୁକ୍ତ ଅଶୋକ ଷଡଙ୍ଗୀ ଶ୍ରୀଯୁକ୍ତ ହେମନ୍ତ କୁମାର ଘୋଷାଲ୍ଶ୍ରୀଯୁକ୍ତ ଲୋକନାଥ ପୁହାଣ ଶ୍ରୀମାନ୍ ଦେବ ମଲହୋତ୍ରା ଶ୍ରୀମତୀ ଜୟନ୍ତୀ ଜେନା ଶ୍ରୀଯୁକ୍ତ ବନବିହାରୀ ମିଶ୍ର ଶ୍ରୀମତୀ କନକ ମଞ୍ଜରୀ ସାହୁ ଶ୍ରୀଯୁକ୍ତ ସୌମ୍ୟ ରଂଜନ ଖଟୁଆ ସୁଶ୍ରୀ ଜ୍ୟୋତିର୍ମୟୀ ସାହୁ ଏବଂ ଶ୍ରୀମତୀ ମୋନାଲିସା ଭଂଜ
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details