Asami O Anyanya Nataka (ଆସାମୀ ଓ ଅନ୍ୟାନ୍ୟ ନାଟକ) (Oriya Edition)


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

'ଆସାମୀ ଓ ଅନ୍ୟାନ୍ୟ ନାଟକ'ରେ ଯେଉଁ ତିନିଟି ନାଟକ ସଂକଳିତ ହୋଇଛି ସେଗୁଡ଼ିକ ହେଲା 'ଆସାମୀ', 'ନୂଆ ଠିକଣା' ଏବଂ 'ମାୟା' । ଏ ନାଟକଗୁଡ଼ିକ ୨୦୧୬ ଓ ୨୦୧୭ରେ ଯଥାକ୍ରମେ ଉତ୍ତରପୁରୁଷ, ନାଟ୍ୟଚେତନା ଓ ଶତାବ୍ଦୀର କଳାକାର ଦ୍ୱାରା ପ୍ରଥମେ ମଞ୍ଚସ୍ଥ ହୋଇଥିଲା ।ନାଟକ ସଂପର୍କରେ ନାଟକ 'ଆସାମୀ', ନୋଟ୍ ଓ ଭୋଟ୍]ର ରାଜନୀତି ଭିତରେ ଛନ୍ଦି ପଡ଼ିଥିବା, ମାଟି ଓ ଭାଟିର ବିଷଚକ୍ରରୁ ମୁକୁଳି ପାରୁ ନ ଥିବା ଗୋଟେ ସାଧାରଣ ପରିବାରର କାହାଣୀ; ଯେଉଁ ପରିବାର କେବଳ ଚାହୁଁଥଲା, ଦିନରେ ଦୁଇଓଳି ଭାତ, ରାତିରେ ଦି ପହଡ଼ ମିଠା ନିଦ ଏବଂ ଗୋଟେ ଗେଲବସରିଆ ଘରକରଣା । କିନ୍ତୁ ମଝିବାଟରେ ନିଶାପାଣି ଭଳି ଅପଦେବତାର ବିଷବୃଷ୍ଟି ଜାଳିପୋଡ଼ି ଛାରଖାର କରିଦିଏ ସେମାନଙ୍କର ସ୍ୱପ୍ନ । ସମୟକ୍ରମେ ନିଶାସକ୍ତ ମଣିଷ ବୁଝିପାରେ - ଯୋଉ ନିଶାପାଣିକୁ ସେ ଅମୃତ ଭାବି ଦିନେ ଓଠ ପାଖରେ ଧରିଥିଲା, ସେଇ ନିଶାପାଣି ହଳାହଳ ବିଷ ହେଇ ତାର ସୁନା ସଂସାରକୁ ଚୂନା କରିଚି । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥାଏ । ନିଜର ସ୍ୱପ୍ନ ଓ ସମ୍ଭାବନାଠାରୁ ସେ ଚାଲିଯାଇଥାଏ ଅପହଞ୍ଚ ଦୂରତାକୁ ।ମାଟି, ଭାଟି, ନୋଟ୍ ଓ ଭୋଟ୍]ର ମୁନାଫାଖୋର ପଞ୍ଝା, ନାରୀ ମାଉଁସ ଲୋଭୀ କପଟୀମାନଙ୍କର ଭୋକ ଏବଂ ଠିକାଦାରୀ ଶାସନ ବ୍ୟବସ୍ଥାର ଶିକାର ହୁଏ ଏଇ ସାଧାରଣ ମଣିଷ । କ୍ରମେ ସାଧାରଣ ମଣିଷଟି ପରିଣତ ହୁଏ ସଇତାନ୍]ରେ । ନିରପରାଧ ନାଗରିକଟି ରୂପାନ୍ତରିତ ହୁଏ ଅପରାଧୀରେ । ତା ମଥାରେ ମାରିଦିଆଯାଏ ଆସାମୀର ମୋହର । ତେବେ ପ୍ରଶ୍ନ ଉଠେ- ପ୍ରକୃତରେ ଆସାମୀ କିଏ?
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details