Bishadajoga
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ମୃତ୍ୟୁ ପରେ ମତେ କେହି ଦୟା କରିବ

ନାହିିଁ ଅନୁଗ୍ରହ କରି । ଶୋକସଂତପ୍ତ

ପରିବାରକୁ ମୋର ସଂବେଦନଶୀଳ

ଶୋକ ଓ ସାଂତ୍ୱନାର ବାର୍ତ୍ତା ପଠାଇବନି

ସମ୍ବାଦପତ୍ରରେ ଅକ୍ଷରଟିଏ ଛପାଇବନି

ସ୍ମୃତି ସଭାର ଆୟୋଜନ କରିବ ନାହିଁ

ମୋ ଶ୍ରାଦ୍ଧବାର୍ଷିକୀ କି ଜୟନ୍ତୀ ପାଳିବ

ନାହିଁ ମୋର ଅପ୍ରକାଶିତ ପାଂଡୁଲିପି ସବୁକୁ ମୋ

ଚିତା ଭସ୍ମରେ ବିସର୍ଜନ ଦେବ କାହା

ପାଖେ ଭୁଲରେ ହେଲେ ବି କହିବ ନାହିଁ

ବିଷାଦଯୋଗର ଜଣେ କବି ଭଳି କବିଟିଏ ଥିଲା ।

ମୋର ଏଇ ଅଂତିମ ଅନୁରୋଧଟି ରଖିପାରିଲେ ଆତ୍ମା ମୋର ପରମ ଶାନ୍ତି ଲାଭ କରିବ ପରଲୋକରେ । ପରଲୋକଗତ ମଣିଷ ପାଇଁ ଦୟା ଅନୁକଂପା ଦେଖାଇବା ଚରମ ମୂର୍ଖତା । ନିରବରେ ତାକୁ ତା ବାଟ ଛାଡ଼ି ଦେବାର କଥା ।

ନିରବତା ହିଁ ଏ ଜୀବନ ପାଇଁ ମୋର ସର୍ବଶ୍ରେଷ୍ଠ ଉପହାର । ଯଶ ସମ୍ମାନ ଭୋଗ ଏ୍ୟୌଶ୍ୱର୍ଯ୍ୟ ଉପଢ଼ୌକନ ଅଳଂକାର ପ୍ରତି ମୋର ଲୋଭ ନାହିଁ ମୋର କୌଣସି ଉଚ୍ଚାଶା ନାହିଁ ମୋହ ଦୁର୍ବଳତା ନାହିଁ । ଉତ୍ତର ପୁରୁଷମାନେ ମୋର ଅଜବ ଆଦର୍ଶରେ ଅନୁପ୍ରାଣିତ ନ ହୁଅନ୍ତୁ । ନିଜ ପାଇଁ ଯେଉଁ ଅଂଧାରିଆ ରାସ୍ତାଟି ମୁଁ ବାଛିନେଇଛି ଭୁଲରେହେଲେ ବି ବୁଡ଼ି ଯାଉଥିବା ଆଦିମ ସୂର୍ଯ୍ୟ ସେମାନଙ୍କର ଆଦର୍ଶ ନହେଉ । ନିଜର ଦୃଢ଼ ଆତ୍ମପ୍ରତ୍ୟୟ ଓ ବିଶ୍ୱାସକୁ ନେଇ ବଞ୍ଚନ୍ତୁ ସେମାନେ । ସେମାନେ ନୂଆ ଭାଷାରେ ନୂଆ ଶତାବ୍ଦୀର ଇତିହାସ ଲେଖନ୍ତୁ ।

------ ଫନୀ ମହାଂତି ୧୩ ଡିସେମ୍ବର ୨୦୨୪ ଭୁବନେଶ୍ୱର

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
downArrow

Details

LOOKING TO PLACE A BULK ORDER?CLICK HERE