??????? ?? (Chaphadiya Oua)

About The Book

About the Book: ସାହିତ୍ୟାନୁରାଗୀ ପାଠକମାନେ ଅଗଣିତ ଗଳ୍ପ ଓ ପ୍ରବନ୍ଧମାନ ପାଠ କରିଥିବେ ଏଥିରେ ସନ୍ଦେହ ନାହିଁ। କିନ୍ତୁ କିଛି ଗଳ୍ପ ଓ ରଚନା ସେମାନଙ୍କ ଆତ୍ମାପ୍ରାଣରେ ଏପରି ଭାବରେ ପ୍ରଭାବ ପକାଇଥିବ ଯେ ସେମାନେ ନିଜର ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ସେସବୁକୁ ମନେ ରଖିଥିବେ। ଗାଳ୍ପିକ ଅରବିନ୍ଦ ରଥଙ୍କର ଗଳ୍ପ ସବୁରେ ଏହିପରି ବିବିଧତା ଦେଖିବାକୁ ମିଳେ। ତାଙ୍କ ରଚିତ ଗଳ୍ପକୁ ଥରେ ଯିଏ ପାଠ କରିଛି ସେ ଉପରୋକ୍ତ ଉକ୍ତିର ସତ୍ୟତାକୁ ଭଲରେ ହୃଦୟଙ୍ଗମ କରିଥିବ ନିଶ୍ଚୟ। ଗାଳ୍ପିକଙ୍କର ପ୍ରଥମ ବ୍ୟଙ୍ଗ ଗଳ୍ପ ସଂକଳନ “ସୁକୁଟାସନ”ର ଅପାର ଲୋକପ୍ରିୟତା ପରେ ଛଅଫଡ଼ିଆ ଓଉ ଦ୍ଵିତୀୟ ବ୍ୟଙ୍ଗ ଗଳ୍ପ ସଂକଳନ ଭାବେ ପ୍ରକାଶିତ ହୋଇଛି । ପୁସ୍ତକରେ ସନ୍ନିବେଶିତ 11 ଗୋଟି ଗଳ୍ପ ପାଠକ ମନରେ ଅଭୂତପୂର୍ବ ଆନନ୍ଦ ସଂଚାର କରାଇବ ଏଥିରେ ଦ୍ଵିରୁକ୍ତି ନାହିଁ। About the Author: ପିତା ସ୍ୱର୍ଗତଃ ଡାକ୍ତର ପ୍ରମୋଦ କୁମାର ରଥ ଓ ମାତା ସ୍ୱର୍ଣ୍ଣପ୍ରଭାଙ୍କର ଔରସରୁ ଲେଖକ ଅରବିନ୍ଦ ରଥଙ୍କର ଜନ୍ମ ୧୧।୭।୧୯୮୧ ମସିହାରେ ଅନୁଗୋଳରେ ହୋଇଥିଲା। ହୀରାକୁଦ ଉଚ୍ଚ ବିଦ୍ୟାଳୟରୁ ୧୯୯୫ ସମିହା ରେ ମାଟ୍ରିକ୍ ଓ ଅନୁଗୋଳ ସରକାରୀ ମହାବିଦ୍ୟାଳୟରୁ ୧୯୯୭ ମସିହାରେ ବିଜ୍ଞାନରେ ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଲେଖକ ବାଣୀବିହାର ଆଇନ ମହାବିଦ୍ୟାଳୟରୁ ୨୦୦୩ ମସିହାରେ ପାଞ୍ଚବର୍ଷୀୟ ଆଇନ ପାଠ୍ୟକ୍ରମ ସମାପ୍ତ କରିଥିଲେ। ଏତଦ୍ ବ୍ୟତୀତ ସେ ଆଇନରେ ସ୍ନାତକ ଶିକ୍ଷା ମଧ୍ୟ ସମାପ୍ତ କରିଛନ୍ତି। ୨୦୦୫ ମସିହାରୁ ସେ ଓଡ଼ିଶା ବିଚାର ବିଭାଗୀୟ ସେବାରେ ଯୋଗଦାନ କରି ଅଧୁନା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଭାବରେ କାର୍ଯ୍ୟରତ। ସାହିତ୍ୟ ସର୍ଜନାରେ ବ୍ୟାପୃତ ରହି ଲେଖକ ଅନେକ କ୍ଷୁଦ୍ର ଗଳ୍ପ ଓ କବିତାମାନ ରଚନା କରିଛନ୍ତି। ତନ୍ମଧ୍ୟରୁ ଅନେକ ରଚନା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ। ପୂର୍ବରୁ ଲେଖକଙ୍କର ପାଳି” ଗଳ୍ପ ସଂକଳନ ଓ ସୁକୁଟାସନ ବ୍ୟଙ୍ଗଗଳ୍ପ ସଂକଳନ ଷ୍ଟୋରିମିରରଙ୍କ ଦ୍ୱାରା ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ଏହି ପୁସ୍ତକରେ ଅଛି ଅନେକ ବ୍ୟଙ୍ଗଗଳ୍ପର ସମ୍ଭାର। ଧିରେଧିରେ ସମସ୍ତଙ୍କ ମୁଖମଣ୍ଡଳରୁ ଅପସରି ଚାଲିଥିବା ହସର ଅସ୍ତିତ୍ୱକୁ ଏହି ସବୁ ଗଳ୍ପ ମାଧ୍ୟମରେ ପୁନଃ ଜୀବଦାନ ଦେବାକୁ ଲେଖକର ଏକ କ୍ଷୁଦ୍ର ପ୍ରୟାସ ମାତ୍ର। ଆଶା ପାଠକମାନେ ଗଳ୍ପ ଗୁଡ଼ିକରେ ଲୁଚି ରହିଥିବା ହାସ୍ୟାମୃତକୁ ପାନ କରି ଆନନ୍ଦିତ ହେବେ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE