Chha Mana Atha Guntha


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଛ ମାଣ ଆଠଗୁଣ୍ଠ ଭୂମି କୈନ୍ଦ୍ରିକ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଜନଜୀବନର ମୂଳଭିତ୍ତି ଥିଲା ଭୂସମ୍ପଦ ଓ ଗୋ ସମ୍ପଦ । ଏତଦ୍]ବ୍ୟତୀତ ଗୁଡ଼ାଏ କୁସଂସ୍କାର ଓ ଅନ୍ଧବିଶ୍ୱାସ ଏଭଳି ପ୍ରଭାବ ବିସ୍ତାର କରିଥିଲା ଯେ ସେହି ସମୟର ସମାଜରେ ପୁରୋହିତମାନଙ୍କର କଥାକୁ ବିନା ପ୍ରଶ୍ନରେ ଗ୍ରହଣ କରାଯାଉଥିଲା । ଅଶିକ୍ଷା ସ୍ୱାର୍ଥପରତା ଆତ୍ମଗର୍ବ ସହିତ ମିଶି ଯାଇଥିଲା ଅନ୍ୟକୁ ନିମ୍ନ ସ୍ତରର ବୋଲି ପ୍ରତିପାଦନ କରିବାର ମାନସିକତା । ଫକୀରମୋହନ ସ୍ତ୍ରୀଶିକ୍ଷାର ପକ୍ଷପାତୀ ଥିଲେ । କନ୍ୟା ଧନ ବିପକ୍ଷରେ ଲେଖନୀ ଚାଳନା କରିଥିଲେ । ଶିକ୍ଷା କିଭଳି ମଣିଷକୁ ଉଦାର କରିଦିଏ ତାହା ତାଙ୍କର ଅନେକ ରଚନାରେ ପ୍ରତିପାଦିତ । ତେବେ ଛାମାଣ ଆଠଗୁଣ୍ଠରେ ଭୂମି ଓ ଧେନୁ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଛ ମାଣ ଆଠଗୁଣ୍ଠ ତାଙ୍କର ପ୍ରଥମ ଉପନ୍ୟାସ । ଛ ମାଣ ଆଠଗୁଣ୍ଠ ୧୮୯୭ରୁ ୧୮୯୯ ପର୍ଯ୍ୟନ୍ତ ଦୁଇବର୍ଷ କାଳ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟରେ ଧୂର୍ଜଟୀ ଛଦ୍ମ ନାମରେ ପ୍ରକାଶିତ ହେଉଥିଲା । ୧୯୦୨ରେ ଏହା ପୁସ୍ତକ ଆକାରରେ ପ୍ରକାଶିତ ହେଲା । ପୁସ୍ତକରେ ଲେଖକ ଭାବରେ ଫକୀର ମୋହନ ସେନାପତିଙ୍କ ନାମ ଉଲ୍ଲେଖ ଥିଲା । ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ସମୟରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା ।
downArrow

Details