Chinta Chetanara Swara

About The Book

<p>ଜୀବନରେ ଅନେକ କିଛି ଅନୁଭବ ଆସେ । କେବେକେବେ ଖୁସିର ଅନୁଭବ ତ କେବେକେବେ ଦୁଃଖର ଅନୁଭବ । କିଛି ଅନୁଭବ ଅନେକ ସମୟରେ ମନରେ କେବଳ ସ୍ମୃତି ହୋଇ ରହିଯାଆନ୍ତି । ଆଉ କେତେକ ଅନୁଭବ ନିଜକୁ ପ୍ରତି ମୂହୁର୍ତ୍ତରେ ଉଦ୍ବେଳିତ କରନ୍ତି । ଯେଉଁ ଅନୁଭବ ସହିତ ଭାବପ୍ରବଣତା ସଂଯୁକ୍ତ ରହିଥାଏ ଯେଉଁ ସବୁ ଅନୁଭବକୁ ଅଜାଗା ଘା' ଭଳି ଅନ୍ୟ କାହା ଆଗରେ କହି ହୁଏନି ସେ ଅନୁଭବ ସମସ୍ତ ମନକୁ ସଦା ଆନ୍ଦୋଳିତ କରି ରଖନ୍ତି । ସେମାନେ ଶବ୍ଦ ସୃଷ୍ଟି କରନ୍ତି ଶବ୍ଦକୁ ଖଞ୍ଜି ଦେଇ ବାକ୍ୟ ସୃଷ୍ଟି କରନ୍ତି ଓ ବେଳେବେଳେ ଗୀତ ଖଞ୍ଜି ସ୍ୱର ବି ଦିଅନ୍ତି । ସେତେବେଳେ ମନ ଅସ୍ଥିର ହୁଏ । ସେସବୁ ଅନୁଭବକୁ ଲେଖି ନ ପକାଇବା ପର୍ଯ୍ୟନ୍ତ ମନ ଆନ୍ଦୋଳିତ ରହୁଥାଏ କିନ୍ତୁ ଲେଖି ସାରିବା ପରେ ପ୍ରଶାନ୍ତି ଆସେ ମନ ସ୍ଥିର ହୁଏ । ଦୈନନ୍ଦିନ ଜୀବନର ଅନ୍ୟ ସବୁ ଦାୟିତ୍ୱ ଉପରେ ମନୋନିବେଶ କରିବାକୁ ସମୟ ମିଳେ ।</p><p>ମୋ ଭିତରର ଚିନ୍ତା ଚେତନାର ସ୍ୱରକୁ ଶୁଣି ରଚନା କରିଥିବା କିଛି କବିତାକୁ ନେଇ ମୁଁ ଏ କବିତା ପୁସ୍ତକଟିରେ ମାଳାଟିଏ ଗୁନ୍ଥିଛି । ଆଶା ମୋର ଏ ମାଳାଟି ପାଠକ ପାଠିକା ମାନଙ୍କର ହୃଦୟକୁ ଛୁଇଁପାରିବ ।</p><p class=ql-align-right> --ଡକ୍ଟର ବିଜ୍ଞାନୀ ଦାସ</p><p class=ql-align-right>ଡେଟନ୍‍ ମେରୀଲାଣ୍ଡ</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE