Dasa Sikh Guru
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

<p>ସବୁ ସମୟରେ ସବୁଯୁଗରେ ବିଶ୍ୱଗୁରୁମାନଙ୍କର ମହାବାକ୍ୟର ସ୍ୱତଃସ୍ଫୁର୍ତ୍ତ ପ୍ରବାଦ ଜନଜୀବନକୁ ସ୍ପର୍ଶ କରିଛି । ଏହି ସ୍ପର୍ଶରେ ବ୍ୟକ୍ତିଗତ ଜୀବନରେ ରୂପାନ୍ତରଣ ଆସିଛି ସାମାଜିକ-ସାଂସ୍କୃତିକ ଜୀବନ ବିବର୍ତ୍ତିତ ହୋଇଛି ଏବଂ ବିଶ୍ୱଚେତନା ସଂପ୍ରସାରିତ ହୋଇଛି । ଐଶ୍ୱରୀୟ ସଂକଳ୍ପ ଫଳରେ ଏସବୁ ସମ୍ଭବ ହେଉଥିଲେ ମଧ୍ୟ ଅଳ୍ପ କେତେକ ଦିବ୍ୟପୁରୁଷଙ୍କ ସାରସ୍ୱତ ଯୋଜନା ଏ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ । ଗୁରୁଦେବ ବାସ୍‍ୱାନୀ ସେହିପରି ଜଣେ ବିଶ୍ୱବିଶ୍ରୁତ ଆଧ୍ୟାତ୍ମିକ ଅଗ୍ରଦୂତ । ସବୁପ୍ରକାର ଧାର୍ମିକ ଚେତନା ମଧ୍ୟରେ ରହିଥିବା ଐକ୍ୟ ଏବଂ ବିଶ୍ୱର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଂପ୍ରୀତିର ଯେଉଁ ଅନ୍ତଃସଲୀଳ ପ୍ରବାହମାନ ସେ ଦିଗରେ ଆମର ମାନସିକତାକୁ ଗତିଶୀଳ କରିଛନ୍ତି ସାଧୁ ବାସୱାନୀ । ପୁଣି ଏହି ଦିବ୍ୟ ପ୍ରୟାସ ପ୍ରସାରିତ ରୂପ ନେଇଛି ଦାଦା ଜେ.ପି. ବାସୱାନୀଙ୍କ ରଚନା ଓ ସମ୍ଭାଷଣ ମାଧ୍ୟମରେ ।</p><p>ଦାଦା ଜେ.ପି. ବାସୱାନୀଙ୍କ ରଚନାର ପରିସର କେବଳ ପରିବ୍ୟାପ୍ତ ନୁହେଁ ଏହା ଏପରି ଏକ ଜୀବନିକାରେ ପରିପୂର୍ଣ୍ଣ ଯେ ଏଥିରେ ଅବସାଦକର ସବୁପ୍ରକାର ଜଡ଼ତା ନିଃଶେଷ ହୋଇଥାଏ । ଏହା କେବଳ ଉଚ୍ଚତର ଦର୍ଶନର କଥା ନୁହେଁ ଏଥିରେ ଦୈନନ୍ଦିନ ଜୀବନର କମନୀୟ ମାର୍ଗଦର୍ଶନ ପ୍ରତିବିମ୍ବିତ । ଏହି ଅମୂଲ୍ୟ ରଚନା ମଧ୍ୟରୁ ବେଶ୍‍ କେତୋଟି ଓଡ଼ିଆ ଭାଷାରେ ଅନୂଦିତ ହୋଇଛି । ବର୍ତ୍ତମାନ ବାସୱାନୀଙ୍କ ସମସ୍ତ ରତ୍ନଗର୍ଭା ରଚନା ମଧ୍ୟରୁ ଏକ ଅନବଦ୍ୟ ସମ୍ଭାର ଦଶ ଶିଖ୍‍ ଗୁରୁ : ଜୀବନୀ ଓ ଦର୍ଶନ ଆମର ପଠନ-ବଳୟରେ ଉପଲବ୍‍ଧ ହେବାର ସୁଯୋଗ ଆସିଛି । ସମ୍ଭବତଃ ଏହା ଆକସ୍ମିକ ସଂଯୋଗ ନୁହେଁ । ସମଗ୍ର ବିଶ୍ୱରେ ଗୁରୁ ନାନକ ଯେଉଁ ମାନବପ୍ରୀତିର ଅମର ବାଣୀ ଶୁଣାଇଛନ୍ତି ଏବଂ ସେହି ସମ୍ମିଳିତ ସ୍ୱରରେ ଯେଉଁ ଦଶ ଜଣ ଗୁରୁଙ୍କର ସମ୍ପୃକ୍ତି ରହିଛି ତାହାର ଏକ ସାରସ୍ୱତ ଚିତ୍ର ପ୍ରଦାନ କରିଛନ୍ତି ଦାଦା ଜେ.ପି. ବାସୱାନୀ । ସେହି ଗୁରୁମାନଙ୍କ ଜୀବନର ଦୀପ୍ତିମନ୍ତ ଝଲକ ଓ ବାର୍ତ୍ତା ଓଡ଼ିଆ ଅନୁବାଦରେ ସ୍ଥାନ ପାଇଛି । </p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
downArrow

Details


LOOKING TO PLACE A BULK ORDER?CLICK HERE