Dehi O Anyanya Galpa


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଅମୁଲ୍ୟମଣି ମିଶ୍ର ସର୍ବଦା ନିଆରା ବିଷୟବସ୍ତୁକୁ ନେଇ ଗଳ୍ପ ଲେଖାଲେଖି କରୁଥିବା ଜଣେ ପ୍ରତିଭାଶାଳୀ ଲେଖିକା । ଅସ୍ଥାୟୀ ଜୀବନ ଭାବନା ଭାବପ୍ରବଣତା ଆଦି ତାଙ୍କ ଲେଖାର ମୂଳ ପୁଞ୍ଜି । ଅଧିକାଂଶ ଗଳ୍ପରେ ଆଧୁନିକ ସମାଜର ମଣିଷର ସ୍ଥିତି ଆଧୁନିକ ମାନସିକତା ପ୍ରାକୃତିକ ପରିବେଶ ଆଦି ତାଙ୍କ ଗଳ୍ପଗୁଡ଼ିକୁ ପରିପୁଷ୍ଠ କରିଛି ।- ବୀଣାପାଣି ମହାନ୍ତି ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖିକା ପ୍ରଗତିଶୀଳ ଚିନ୍ତାଧାରା ବକ୍ତବ୍ୟରେ ସ୍ୱଚ୍ଛତା ଏବଂ ବିଷୟବସ୍ତୁରେ ପରୀକ୍ଷାନିରୀକ୍ଷା ପାଇଁ ଅମୁଲ୍ୟମଣି ମିଶ୍ର ତାଙ୍କର ସମସାମୟିକ ଗାଳ୍ପିକାମାନଙ୍କଠାରୁ ଅଲଗା ବାରି ହୋଇପଡ଼ନ୍ତି । ନାରୀମନର ଅତଳ ବିତଳକୁ ସେ ଯେଉଁଭଳି ତନ୍ନତନ୍ନ କରି ଆବିଷ୍କାର କରନ୍ତି ତାହା ଆମକୁ ବିସ୍ମିତ କରେ । ଭାବପ୍ରବଣରେ ସ୍ୱାଚ୍ଛନ୍ଦ୍ୟସହ ପରିବେଶ ଅନୁକୂଳ ଶବ୍ଦ ବ୍ୟବହାର ତାଙ୍କର ଆଉ ଏକ ଦକ୍ଷତା । ମୁଁ ତାଙ୍କ ଗଳ୍ପଗୁଡ଼ିକର ଜଣେ ମୁଗ୍]ଧ ପାଠକ ।- ଗୌରହରି ଦାସ ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖକ ଗଳ୍ପର ବିଷୟବସ୍ତୁ ଉପରେ ଅଧିକ ଧ୍ୟାନ ଦେଉଥିବା ଲେଖିକା । ତାଙ୍କର ସମସ୍ତ ଗଳ୍ପର ପ୍ଲଟ୍]ଗୁଡ଼ିକ ଚିରାଚରିତ ଢାଞ୍ଚାଠାରୁ ଭିନ୍ନ । ଲେଖାରେ ମୌଳିକତା ବଜାୟ ରଖିବା ସହ ନୂଆନୂଆ ଧାରା ପ୍ରୟୋଗକରି ଗଳ୍ପ ଲେଖୁଥିବା ଜଣେ ଅନନ୍ୟ କଥାକାର । ତାଙ୍କ ମତରେ ଯଦି ସଠିକ୍ ବିଷୟବସ୍ତୁ ଚୟନ ନ କରାଯାଏ ତେବେ ଲେଖାଟି ଉନ୍ନତମାନର ହେବନାହିଁ । ତାଙ୍କ ସହ ମୁଁ ଏକମତ ।- ଶକୁନ୍ତଳା ବଳିୟାରସିଂ ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖିକା ସମକାଳୀନ ଗପ ଲେଖିକା ଭାବେ ଅମୁଲ୍ୟମଣି ମିଶ୍ର ନିଜର ରାସ୍ତା ତିଆରି କରିସାରିଛନ୍ତି । ଜୀବନର ବହୁବିଧ ଅନୁଭୂତି ଅସଂଗତି ନିଚ୍ଛକ ଚରିତ୍ର ଚୟନ ଓ ଚିତ୍ରଣ ତାଙ୍କ ଗଳ୍ପର ମୂଳଦୁଆ । ସମକାଳର ଅନେକ ଚିତ୍ର ତାଙ୍କ ଗପଗୁଡ଼ିକରେ ଅଙ୍କିତ ହୋଇଛି ନିଷ୍ଠାପର ଭାବେ । ବଞ୍ôଚବାର ଏକ ନିରୁତା ଅନ୍ୱେଷଣ ହିଁ ତାଙ୍କ ଗଳ୍ପର ଆତ୍ମା ଓ ତାଙ୍କର ଗଳ୍ପକଳା ।- ଅଜୟ ସ୍ୱାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ
downArrow

Details