Doctor Deb

About The Book

<p class=ql-align-justify>           ଔପନ୍ୟାସିକା ଅମୃତା ପ୍ରୀତମ ସ୍ୱୀକାର କରିଛନ୍ତି ଯେ ତାଙ୍କଠାରୁ ବୟସରେ ଦଶବର୍ଷ ସାନ ନିଜ ପ୍ରେମିକ ଇମ୍ରୋଜ ତାଙ୍କର ଡାକ୍ତର ଦେବ ଏବଂ ସେ ନିଜେ ମମତା । ତାଙ୍କ ଜୀବନର ବାସ୍ତବ କାହାଣୀ ଏହି ଉପନ୍ୟାସରେ ଚିତ୍ରିତ । ସାମାଜିକ ପ୍ରତିଷ୍ଠା ଏବଂ ସ୍ଥିତିକୁ ବିଚାର କରି ମମତାଙ୍କ ପିତା ଜଗଦୀଶଙ୍କ ସହିତ ତାଙ୍କର ବିବାହ ଦିଅନ୍ତି କେବଳ ତାଙ୍କ ଇଚ୍ଛା ବିରୁଦ୍ଧରେ । ମମତାଙ୍କ ଅନ୍ୟତ୍ର ବିବାହ ପରେ ଡାକ୍ତର ଦେବ ସାରା ଜୀବନ ପାଇଁ ଅବିବାହିତ ଥାଇ ରୋଗୀଙ୍କ ସେବା ଶୁଶ୍ରୂଷାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିକି ସାମ୍ପ୍ରଦାୟିକ ହିନ୍ଦୁ ଓ ମୁସଲମାନ ଦଙ୍ଗା ସମୟରେ ନାନା ଘାତ ପ୍ରତିଘାତ ମଧ୍ୟରେ ନିଜ ଜୀବନକୁ ବିପନ୍ନ କରି ରୋଗୀ ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି । ଏ ସମୟରେ ସେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଅପୂର୍ବ ଭାତୃତ୍ଵଭାବ ସୃଷ୍ଟି କରିଛନ୍ତି । ସମାଜ ପାଇଁ ସମର୍ପିତ ଜୀବନ ତାଙ୍କର ହୋଇଛି ସେବାମୟ ତଥା କବିତ୍ଵମୟ । ଶେଷରେ ମମତା ଘଟଣାକ୍ରମରେ ମନୁ ଓ ରଞ୍ଜୁ ସହିତ ନିଜର କର୍କଟ ରୋଗର ସଫଳ ଚିକିତ୍ସା ପାଇଁ ଦିଲ୍ଲୀରୁ ବିହାରର ଏକ ଅନୁନ୍ନତ ଅଞ୍ଚଳରେ ରୋଗୀଙ୍କ ସେବା କରିବାକୁ ନୂତନ ନିର୍ମିତ ଡାକ୍ତରଖାନାର ମୁଖ୍ୟ ଡାକ୍ତର ଦେବଙ୍କ ନିକଟକୁ ଆସନ୍ତି । ଉପନ୍ୟାସର ଅନ୍ତିମ ପର୍ବରେ ହୁଏ ଆକସ୍ମିକ ମିଳନ ଯାହା ସଂପୂର୍ଣ୍ଣ ଆତ୍ମିକ ଓ କରୁଣାକ୍ତ । ପଛେ ପଛେ ମନୁରଞ୍ଜୁମଧୁ ଆସି ମିଳନ ପର୍ବକୁ ଅଧିକ ସାଫଲ୍ୟ ମଣ୍ଡିତ କରନ୍ତି । କର୍କଟ ରୋଗାକ୍ରାନ୍ତା ମମତା ବହୁଦିନର ପ୍ରତୀକ୍ଷିତ ପ୍ରେମିକ ଡକ୍ଟର ଦେବଙ୍କ କୋଳରେ ଶେଷନିଦ୍ରା ନିଅନ୍ତି । </p><p class=ql-align-justify><br></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE