DUI ANISCHITA JAGATA


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ବର୍ତ୍ତମାନ ମନ ଜଗତ ଓ ବାହାର ଜଗତ ମଧ୍ୟରେ ସ୍ଥିରତା ନିଶ୍ଚୟତା ରହିପାରୁନାହିଁ । ସବୁବେଳେ ହଟ୍ଟଗୋଳ ସହ ଦ୍ଵନ୍ଦ ଲାଗି ରହିଛି । ମନ ଜଗତରେ ରହିଲେ ବାହାର ଜଗତ ସହ ବିଛିନ୍ନତା ରହି ନିଃସଙ୍ଗତା ଗ୍ରାସ କରେ ଆଉ ଯଦି ବାହାର ଜଗତରେ ରହି ମନ ଜଗତକୁ ଲୁଚେଇ ରଖୁଛୁ ତେବେ ପ୍ରାଣ ଥାଇ ନିର୍ଜୀବ ପାଲଟିଯିବା ସାର ହେଉଛି । ଏହି ସଙ୍କଳନରେ ଆଧୁନିକ ମଣିଷର ନିଜକୁ ନେଇ ପରିବାର ବନ୍ଧନକୁ ନେଇ ପ୍ରେମ ଭଲପାଇବାକୁ ନେଇ ଆଉ ସର୍ବୋପରି ସମୟ ପରିସ୍ଥିତି କୁ ନେଇ ବ୍ୟାକରଣ ଘୋଷିଲା ପରି ଘୋଷିଚାଲିଛି । ଏହା ମଧ୍ୟଦେଇ ଚରିତ୍ର ମାନେ ଅନ୍ତର୍ମନକୁ ତଉଲିବାକୁ ବସି ଯାଇଛନ୍ତି ନିଜ ଗୋଡ଼ କୁ ସ୍ଥିର କରି । ଛିଡ଼ା ହୋଇଛନ୍ତି ଭିଡ଼ ରାସ୍ତା ମଧ୍ୟରେ କିନ୍ତୁ ସ୍ଥିତି ଏକାକୀ ନିର୍ଜନ ଅନୁଭବ ମଧ୍ୟଦେଇ । ମାନସିକ ସ୍ଥରରେ ଶକ୍ତି ସାମର୍ଥ୍ୟର ଅଙ୍କକଷି ଥକି ଯାଇଛନ୍ତି । ବାହାର ଜଗତରେ ରହି ମଧ୍ୟ ରହିପାରିନାହାନ୍ତି ଚରିତ୍ରମାନେ । ବାହାର ଜଗତର ପ୍ରତି ଘଟଣା ଦୁର୍ଘଟଣା କୁ ପ୍ରକାଶ ନକରି ପାରି ଖାଲି ମନ ଭିତରେ ଘାଂଟୁଛନ୍ତି । ବାହାରେ ପ୍ରକାଶ କରିଲେ କେହି ବୁଝିବେ ନ ବୁଝିବେ ବିଶ୍ୱାସ କରିବେ ନ କରିବେ ଗ୍ରହଣ କରିବେ ନ କରିବେ ଶୁଣିବେ ନ ଶୁଣିବେ ତେଣୁ ମନକୁ ମନ ନିଜ ଭିତରେ ସେ ଦ୍ଵନ୍ଦ ରଖି ଚିନ୍ତା କରୁଛି ଶୁଣୁଛି ପ୍ରତି ମୁହୂର୍ତ୍ତରେ । କେଉଁ ଗୋଟିଏ ଜଗତରେ ନିଜକୁ ପୂର୍ଣରୂପେ ସନ୍ତୁଷ୍ଟି ମଧ୍ୟଦେଇ ବ୍ୟକ୍ତିଗତ ଭାବେ ନିଜସ୍ୱ ଢଙ୍ଗରେ ସ୍ଥାପିତ କରିପାରୁନାହିଁ । ମନକୁ ପୁରାପୁରି ସ୍ଥିର କରିପାରୁନାହିଁ ମନାଇ ପାରୁନାହିଁ ଆଉ ବାହାରେ ଗ୍ରହଣ ପୂର୍ବକ ପ୍ରୟୋଗ କରିବାରେ ସଙ୍କୋଚ ଆଉ ସନ୍ଦେହ ।
downArrow

Details