Galpaswalpa (bhaga 1 o bhaga 2)

Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

ଊନବିଂଶ ଶତାବ୍ଦୀ ହେଉଛି ଉତ୍କଳ ପାଇଁ ଏକ ଘଡ଼ିସନ୍ଧିକାଳ । ଏ ଶତାବ୍ଦୀରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟ ଚିନ୍ତା ଓ ଚେତନାରେ ସଂଘର୍ଷ ଘଟିଛି । ଫଳରେ ଓଡ଼ିଆ ଭାଷା ଏବଂ ସାହିତ୍ୟର ପ୍ରାଚୀନ ନିର୍ମୋକ ଖସିପଡ଼ିଛି । ନବଯୁଗର ପଦଧ୍ଵନିରେ ସମଗ୍ର ସାରସ୍ଵତ ଆକାଶ ନୂତନ ସମ୍ଭାବନା ଓ ଦ୍ୟୋତନାରେ ସ୍ଵପ୍ନାୟିତ ହୋଇଛି । ସର୍ବତ୍ର ଜନ ଜୀବନରେ ନବ ଜାଗୃତିର ମନ୍ଦ୍ରଧ୍ଵନି ନିନାଦିତ ହୋଇଛି । ଏଇ ଆକାଶର ଅସ୍ତାଚଳରେ ଭଞ୍ଜ ଯୁଗର ଜୀବନ ସନ୍ଧ୍ୟାର କରୁଣ ଅସ୍ତରାଗ ଓ ଉଦୟାଚଳରେ ନବଯୁଗର ଜୀବନ ପ୍ରଭାତର ହିରଣ୍ମୟ ଦ୍ୟୁତି ରୂପକ ରକ୍ତରାଗ ପ୍ରତିଭାତ ହୋଇଛି । ଓଡ଼ିଆ ସାହିତ୍ୟର ଚକ୍ରବାଳରେ ଏ ମାଟିର ଶ୍ରେଷ୍ଠ ପୁରୋହିତ ନବଯୁଗର ଭଗୀରଥ ଏ ଜାତିର ଦଧୀଚି ଓଡ଼ିଆ କଥାସାହିତ୍ୟର ସମ୍ରାଟ ଉତ୍କଳ-ସାହିତ୍ୟ-ଆଶ୍ରମର ବିଶିଷ୍ଟ ଋଷି ଓଡ଼ିଆ ଭାଷାର ଜାଗ୍ରତ ପ୍ରହରୀ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଦୁର୍ଦ୍ଧର୍ଷ ସେନାପତି ଆଧୁନିକ କାବ୍ୟ-ଜଗତର ବ୍ୟାସକବି ତଥା ସରସ୍ଵତୀ ଫକୀରମୋହନଙ୍କର ଅଭ୍ୟୁଦୟ ଏକ ଯୁଗାନ୍ତକାରୀ ଘଟଣା । ବାଲେଶ୍ଵରର ମଲ୍ଲିକାଶପୁରର ପ୍ରସିଦ୍ଧ 'ମଲ୍ଲ' ପରିବାରସ୍ଥ ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀଙ୍କର ଔରସରୁ ୧୮୪୩ ମସିହା ଜାନୁଆରୀ ୧୩ ତାରିଖ ଶୁକ୍ରବାର ପବିତ୍ର ମକର ସଂକ୍ରାନ୍ତିରେ ତାଙ୍କର ଆଗମନ ଏବଂ ୧୯୧୮ ମସିହା ଜୁନ୍ ୧୪ ତାରିଖ ଶୁକ୍ରବାର ପବିତ୍ର ରଜ ସଂକ୍ରାନ୍ତିରେ ତାଙ୍କର ତିରୋଧାନ । ଗୋଟିଏ ସଂକ୍ରାନ୍ତିରେ ଆଗମନ ଏବଂ ଗୋଟିଏ ସଂକ୍ରାନ୍ତିରେ ତାଙ୍କର ତିରୋଧାନ ପର୍ଯ୍ୟନ୍ତ ରହିଯାଇଛି ଦୀର୍ଘ ୭୫ ବର୍ଷର ବ୍ୟବଧାନ । ସେଇ ସଂକ୍ରାନ୍ତି ପୁରୁଷ ଏ ଜାତିପାଇଁ ମାଟି ପାଇଁ ଭାଷା ପାଇଁ ସାହିତ୍ୟ ପାଇଁ ମଣିଷ ପାଇଁସଂସ୍କୃତି ପାଇଁ ଯେଉଁ କ୍ରାନ୍ତି ସୃଷ୍ଟି କରିଯାଇଛନ୍ତି ତାହା ବାସ୍ତବିକ୍ ଜଣେ କର୍ମଯୋଗୀର ବୀରୋଚିତ କାର୍ଯ୍ୟ । ସେନାପତି ସଦୃଶ ହସ୍ତରେ ଅସି ଧରି ପ୍ରତିପକ୍ଷ ସହିତ ସେ ଯୁଦ୍ଧ କରିନାହାନ୍ତି ବରଂ ଶକ୍ତିଶାଳୀ ମସି ଧରି ଏ ଓଡ଼ିଆ ଜାତିରଭାଷାରସାହିତ୍ୟର ଯଥାର୍ଥ ଉନ୍ନତି କରିଯାଇଛନ୍ତି ।

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details