JEEVAN SAPAN PREMA

About The Book

ଜୀବନର ସବୁ କାମନା କେବେ ପୁରା ହୁଏନି ମଣିଷର ସବୁ ସ୍ୱପ୍ନ କେବେ ସତ ହୁଏନି ସବୁ ପ୍ରେମ ପରିଣୟରେ ସମାପ୍ତ ହୁଏନି । ମନର ଯେତେ ସବୁ ଭାବନା ଟୁକୁଡାଏ କାଗଜରେ ଲେଖିଦେଇ ହୁଏନି । କେତେଯେ କଥା ମନରେ ରହିଯାଏ ଜୀବନରେ ଏମିତି କେହି ଜଣେ ଆସେନି ଯାହା ଆଗରେ ମନକଥା ସବୁ ମୁହଁ ଖୋଲି କହିଦେବ । ବହୁତ କିଛି ହୃଦୟ ଭିତରେ କବର ପାଇ ଯାଆନ୍ତି । ତଥାପି ମଣିଷ ବଞ୍ଚିରହେ ମନରେ ଅସରନ୍ତି କାମନା ନେଇ ଅନେକ ସ୍ୱପ୍ନ ଦେଖେ ପରିଣାମ କଥା ନଭାବି ପ୍ରେମ କରିବସେ । ଭାବନା ସବୁକୁ କେବେ କାଗଜରେ କବିତା କରି ଲେଖି ଯାଏ କେବେ ମନର ଅକୁହା କଥା ଗୁଣୁ ଗୁଣୁ କରି ନିଜେ ନିଜକୁ କହିଯାଏ । ହିସାବ ରଖେନା କେତେ ପାଇଲା କେତେ ଦେଲା ଆଉ କେତେ ବାକି ରହିଗଲା । ବୋଧହୁଏ ଏ ସବୁର ଫେଣ୍ଟାଫେଣ୍ଟି ରଙ୍ଗକୁ ଜୀବନ କହନ୍ତି ।ଜୀବନ ଥିଲା ପର୍ଯ୍ୟନ୍ତ ମଣିଷ ସ୍ୱପ୍ନ ଦେଖେ ସ୍ୱପ୍ନ କେବେ ପ୍ରେମରେ ପରିଣତ ହୋଇଯାଏ କେବେ ବିରହ ଆଉ କେବେ ପ୍ରେମରେ ଧୋକା ଦେଇ ସାଥୀ ଚାଲିଯାଏ । ଏକଥା କେବେବି ବୁଝି ହୁଏନି; ସବୁକିଛି ଦେଇଦେବା ଅବା ସବୁକିଛି ପାଇଯିବା ପ୍ରେମ ସବୁକିଛି ଜିତିଯିବା ଅବା ସବୁକିଛି ହାରିଯିବା ପ୍ରେମ? ମିଳନର ଅଭିଶାରେ ପ୍ରଣୟୀର ବାହୁବନ୍ଧେ ସମ୍ଭୋଗ ଶୃଙ୍ଗାରେ ହଜିଯିବା ପ୍ରେମ ଅବା ବିଚ୍ଛେଦର ବିପ୍ରଲମ୍ଭେ ରାଧିକାର ପ୍ରତିକ୍ଷାରେ ପ୍ରେମ ।ବିନୟ ମହାପାତ୍ର
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE