Jibana Pare Jibana


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

<p>ମଣିଷ ଯେପରି ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆବସ୍ତ୍ର ଧାରଣ କରିଥାଏ ଠିକ୍‍ ସେହିପରି ଜୀବାତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ନୂତନ ଶରୀର ଗ୍ରହଣ କରିଥାଏ । ଆତ୍ମା ମୋକ୍ଷ ପ୍ରାପ୍ତି ନହେବା ପର୍ଯ୍ୟନ୍ତ ଏହିପରି ବିଭିନ୍ନ ଶରୀର ଧାରଣ କରୁଥିବ । ଆମ ଧର୍ମଶାସ୍ତ୍ରରେ 'ଆତ୍ମା' ବା ବ୍ରହ୍ମ ଶବ୍ଦର ବ୍ୟବହାର ଦେଖିବାକୁ ମିଳେ । ଆମେ ବିଶ୍ୱାସ କରୁଥାଉ। ମାତ୍ର ଅନେକ ଏ କଥାରେ ଏକମତ ହୋଇନପାରନ୍ତି । ଆତ୍ମା-ଜୀବନ-ମୃତ୍ୟୁ-ଜୀବନ-ଏସବୁ ବିଶ୍ୱାସ-ଅବିଶ୍ୱାସର କଥା । ଏହାକୁ ପରୀକ୍ଷାଗାରରେ ପରୀକ୍ଷା କରାଇ ଆମେ ଶେଷ ସିଦ୍ଧାନ୍ତରେ ଉପନୀତ ହୋଇ ପାରିବା ନାହିଁ । ଶେଷରେ ଐ. ଔବମଳଗ୍ଦକ୍ଟଦ୍ଭ ଏକ୍ସକ୍ଟଙ୍ଗଦ୍ଭଙ୍କ ମତକୁ ଉଦ୍ଧାର କରିଛନ୍ତି ଲେଖକ- 'ଆଜି ପର୍ଯ୍ୟନ୍ତ ଏ ମନୁଷ୍ୟ ଯେତେ ଜ୍ଞାନ ଆହରଣ କରିଛି ତାହା ସାଗରର ବିଶାଳ ବେଳାଭୂମିରୁ ଗୋଟେ ମାତ୍ର ବାଲୁକା କଣିକା ଠାରୁ ଅଧିକ ନୁହେଁ ।' ଲେଖକଙ୍କ ମତ ମଧ୍ୟ ତାହା ଯେ ଏସବୁ ବାଦ-ବିସମ୍ବାଦ-ଦ୍ୱନ୍ଦ୍ୱ-ଭିତରକୁ ନଯାଇ ବିଶ୍ୱାସ କଲେ ତାହା ଠିକ୍‍ ହେବ । ଯୁଗ ଯୁଗରୁ ଏ ଅନ୍ୱେଷଣ ପ୍ରବୃତ୍ତି ଜାରି ରହିଛି । ପ୍ରଥମରୁ ଯାହା କହିଲି ମଣିଷର ମନ ଅସରନ୍ତି ଭାବନାରେ ଉବୁଟୁବୁ ହେଉଥାଏ ସେ ଏକ ଅଜବ ସୃଷ୍ଟି ଏ ପୃଥିବୀରେ । ଯଦି ବିଶ୍ୱାସ କରିବା ମୃତ୍ୟୁପରେ ଜୀବନ ଅଛି ତାହା ବିଶ୍ୱାସ ଉପରେ ନିର୍ଭର କରେ । ବିଶ୍ୱାସ-ଅବିଶ୍ୱାସ ମଣିଷର ମାନସିକତା ଉପରେ ନିର୍ଭର କରେ । ତଥାପି ଶ୍ରୀଯୁକ୍ତ ଚିତ୍ତରଂଜନ ପଟ୍ଟନାୟକ ଏଭଳି ଅନୁସନ୍ଧିତ୍ସୁ ମନୋବୃତ୍ତି ନେଇ 'ଜୀବନ ପରେ ଜୀବନ' ପୁସ୍ତକଟିକୁ ରଚନା କରି ପାଠକ ମାନଙ୍କୁ ଉପହାର ଦେବାକୁ ଚେଷ୍ଟା କରିଛନ୍ତି - ତାଙ୍କର ଏ ପ୍ରବୃତ୍ତି ଜାରି ରହୁ । । ପୁସ୍ତକଟିର ସର୍ବ ସଫଳତା କାମନା କରୁଛି ।</p><p> <strong> --</strong> <strong>ଡକ୍ଟର ବିରଂଚି କୁମାର ସାହୁ ଅଧ୍ୟାପକ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଡ଼ଶପୁର କଟକ</strong></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details