Kahinathiba Katha

About The Book

<p>ଦିହଜାର କୋଡ଼ିଏ ମସିହା ଡିସେମ୍ବର ମାସରେ ମୋର ସ୍ମୃତିଲେଖ 'କଥା ଅନେଶ୍ୱତ' ପ୍ରକାଶିତ ହୋଇଥିଲା ସରକାରୀ ଚାକିରିରୁ ଅବସରର ମାସେ ପୂର୍ବରୁ। ସେତେବେଳେ ଅନୁଭବ କରିଥିଲି ଆହୁରି ଅନେକ କଥା ବାକି ରହିଗଲା କହିବାକୁ ଏବଂ ସେଥିପାଇଁ ସେତେବେଳେ ଲେଖିଥିଲି ଏହାକୁ ସ୍ମୃତି କଥାର ପ୍ରଥମ ଭାଗ ଭାବରେ ଧରିନେବା ପାଇଁ। ଆଜି ଯେତେବେଳେ ସ୍ମୃତିଲିପିର ଦ୍ୱିତୀୟ ଖଣ୍ଡ ପ୍ରକାଶିତ ହେବାକୁ ଯାଉଛି ମୁଁ ଅନୁଭବ କରୁଛି ପ୍ରଥମ ଓ ଚଳିତ ଦୁଇଟିଯାକ ପୁସ୍ତକ ନ ପଢ଼ିଲେ ଅନେକ କଥା ଅନାଲୋଚିତ ରହିଯିବ।</p><p>              ଏଥିରେ ସନ୍ନିବେଶିତ ଘଟଣାଗୁଡ଼ିକ କେବଳ ମୋର ଅବସର ପରବର୍ତ୍ତୀ ସମ୍ବାଦ ନୁହେଁ ବରଂ ସେଇ ପୁସ୍ତକରେ ଲେଖା ହୋଇନଥିବା କାହାଣୀ କୁହା ନ ଯାଇଥିବା କଥା। 'କଥା ଅନେଶ୍ୱତ' ବାହାରିବା ପରେ ଅନେକ ମନ୍ତବ୍ୟ ମିଳିଥିଲା ଯାହା ଭିତରୁ ବହୁ ଭାଗ ସକାରାତ୍ମକ। ଅନେଶ୍ୱତରୁ ଶହେକୁ ଡେଇଁବା କେତେ କଷ୍ଟ ତାହା ମୁଁ ଏଇଠି ଅନୁଭବ କରୁଥିଲି। ଲେଖୁଥିବା ମଣିଷଟିଏ ତ ତା ଜୀବନରେ ଶତକ ଛୁଇଁପାରେ ନାହିଁ। କଥା ସବୁବେଳେ ରହିଯାଏ କିଛି ଅକୁହା; ମାତ୍ର ହଲପ କରି କହିପାରେ ଏଇ ଘଟଣାଗୁଡ଼ିକ ମୋ ନିଜ ଜୀବନକୁ ଛୁଇଁଛି କେତେବେଳେ ମୋତେ ଉତ୍ସାହିତ କରିଛି ତେବେ ପୁଣି ଦେଇଛି ଅଭିସମ୍ପାତ। ଜୀବନ କେବେ ବି ଏକ ସରଳରେଖା ନୁହେଁ ତାହା ପ୍ରତିପାଦିତ ହୋଇଛି ବାରମ୍ବାର। -ବିନୀତ ଲେଖକ</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE