Kuntinka Will

About The Book

<p><span style=background-color: rgba(255 255 255 1); color: rgba(15 17 17 1)>ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ - ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ ନିବନ୍ଧ ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା'ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି - କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।ଓଡ଼ିଆ ବ୍ୟତୀତ ଇଂରାଜୀ ହିନ୍ଦୀ ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍]ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍]ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।</span></p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE