Madachandia O Anyamane


Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

LOOKING TO PLACE A BULK ORDER?CLICK HERE

About The Book

<p>ପୁସ୍ତକ 'ମଡ଼ାଚଣ୍ଡିଆ ଓ ଅନ୍ୟମାନେ'ରେ ସ୍ଥାନିତ ହୋଇଛି ବାଇଶିଟି ଗଳ୍ପ । ଏଥିରେ ଅଧିକାଂଶ ଗଳ୍ପର ଚରିତ୍ରଗୁଡ଼ିକ ବିଲୁପ୍ତ ପ୍ରାୟ । ଗାଁ ଗହଳି ମାନଙ୍କରେ ଏବେ କ୍ୱଚିତ୍ ଆସୁଛନ୍ତି ଆଖି ସାମ୍ନାକୁ । ଏବେ ଦେଖିବାକୁ ମିଳୁନାହାନ୍ତି ହୁଏତ ଆଉ କିଛିବର୍ଷ ପରେ ଶୁଣିବାକୁ ବି ମିଳିବେନି । 'ମଡ଼ାଚଣ୍ଡିଆ' 'ସାହାଡ଼ାସୁନ୍ଦରୀ' 'ଜାନୁଘଣ୍ଟ' 'ବାଳିକାବଧୂ' ପରି ଏମିତି ଆହୁରି କିଛି ଚରିତ୍ର ବି ଏଥିରେ ସ୍ଥାନିତ ଯେଉଁମାନେ କି ଆଜିର ପିଢ଼ି ପାଖରେ ସମ୍ପୂର୍ଣ୍ଣ ଅପରିଚିତ କହିଲେ ଚଳେ । ଯେଉଁସବୁ ଶବ୍ଦ ବା ଚରିତ୍ରମାନଙ୍କୁ ପିଲାଦିନରୁ ଶୁଣି ଶୁଣି ମୁଁ ମୋ ଅବଚେତନ ମନ ଭିତରେ ସାଇତି ରଖିଥିଲି ଆଜିଯାଏ ସେ ସବୁ ଶବ୍ଦ ଆଉ ଚରିତ୍ରମାନେ ଆଜିକାଲିର ପିଲାମାନଙ୍କ ପାଇଁ ଅଭିଧାନ ବହିର୍ଭୁତ । ମୁଁ ଖୁବ୍ ଛୋଟବେଳୁ ମୋ ଜେଜେମା\' ପାଖରୁ ଅନେକବାର ଶୁଣିଛି ସାହାଡ଼ାସୁନ୍ଦରୀ କଥା କଲୁରୀବେଣ୍ଟ କଥା କଲରେଇ ଫୁଲ କଥା ପରି ଅନେକ ଗପ । ଆଜିକାଲିର ଛୁଆ ଏମାନଙ୍କୁ କେତେ ଚିହ୍ନନ୍ତି!</p><p>ମୋ ପିଲା ମନରେ ସେତେବେଳେ ଖୁବ୍ ପ୍ରଭାବ ପକେଇଥିବା ଆଉ ଛାପିହୋଇ ରହି ଯାଇଥିବା ଚରିତ୍ରମାନଙ୍କୁ ମୁଁ କେବଳ ସାଇତି ରଖିବାକୁ ଚାହିଁଛି ମୋ ଲେଖା ମାଧ୍ୟମରେ ଏହି ସଙ୍କଳନରେ ସ୍ଥାନିତ କରି । ମୋ ଜୀବନର ଅପରାହ୍ନରେ କାଳର କରାଳ ଗତି ଭିତରେ ହୁଏତ ଏମାନେ ଆଉ ଆଦୌ ନ ଥାଇ ପାରନ୍ତି । କିନ୍ତୁ ସେତେବେଳେ ଯେବେବି ମୁଁ ମୋର ଏହି ବହିକୁ ପଢ଼ିବି ନିଶ୍ଚୟ ମନେପଡ଼ିବ ମୋର ମୋ ପିଲାଦିନ । ଯଦି କେବେ ମୋର ଉତ୍ତରପିଢ଼ି ଏହି ବହିକୁ ପଢନ୍ତି ତେବେ ନିଶ୍ଚୟ ତାଙ୍କ ମନ ଆନ୍ଦୋଳିତ ହେବ ଯେ ଏମିତି ଚରିତ୍ରମାନେ ବି ଏ ସମାଜରେ ଥିଲେ ସତରେ! --ରୋଜାଲିନି ମିଶ୍ର</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
downArrow

Details