Manara Baigyanika Paribhasa

About The Book

ମଣିଷର ମନ ଚିର ରହସ୍ୟମୟ । ମନର ଏହି ରହସ୍ୟମୟ ସ୍ୱରୂପକୁ ଚିହ୍ନିବା ଦିଗରେ ମନସ୍ତତ୍ତ୍ୱବିଦ୍]ଙ୍କର ସର୍ବକାଳୀନ ପ୍ରଚେଷ୍ଟାର ଅନ୍ତ ନାହିଁ । ମଣିଷ କଣ କରେ କାହିଁକି କରେ ଯାହା ବି କରେ ସଚେତନ ଥାଇ କରେ ନା ଅଚେତନ ଓ ଅବଚେତନ ମନ ତାର ବ୍ୟବହାରକୁ ନିୟନ୍ତ୍ରଣ କରୁଥାଏ ସାମାଜିକୀକରଣ ଦ୍ୱାରା ଅଭ୍ୟାସର ବଶବର୍ତ୍ତୀ ହୋଇ ସେ ଯାହା କହୁଥାଏ ଓ କରୁଥାଏ ତାହା ସେ ପ୍ରକୃତରେ କରିବାକୁ ଚାହୁଁଥାଏ ନା ନ ଚାହିଁଲେ ମଧ୍ୟ ଅଭ୍ୟାସର ଶୃଙ୍ଖଳ ମଧ୍ୟରୁ ନିଜକୁ ବାହାର କରିପାରୁନଥାଏ ମନସ୍ତତ୍ତ୍ୱବିଦ୍]ମାନେ ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଥାନ୍ତି । ଆଧୁନିକ ମନସ୍ତତ୍ତ୍ୱ ପର୍ଯ୍ୟବେକ୍ଷଣ ସର୍ଜନାତ୍ମକ କୌଶଳ ଏବଂ ବିଜ୍ଞାନସମ୍ମତ ପ୍ରଣାଳୀର ଉପଯୋଗ କରି ମନୁଷ୍ୟ ମନର ବହୁ ରହସ୍ୟମୟ ଦିଗ ଉପରେ ଆଲୋକପାତ କରିବାର ପ୍ରୟାସ ଜାରି ରଖିଛି । ମନସ୍ତତ୍ତ୍ୱବିଦ୍]ମାନେ ନାନାଦି ବିଶ୍ଳେଷଣ ମାଧ୍ୟମରେ ବିଭିନ୍ନ ମାନସିକ କ୍ରିୟା-ପ୍ରକ୍ରିୟା ସମ୍ବନ୍ଧରେ ପ୍ରକୃତ କାର୍ଯ୍ୟକାରଣ ସମ୍ପର୍କ ବିଷୟରେ ତଥ୍ୟମାନ ଉପସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଫଳରେ ଆମ ମନ ଗହୀରର ବହୁ ଅଦ୍ଭୁତ ଧରଣର ରହସ୍ୟମୟ ଘଟଣାକୁ ବୁଝିବା ସମ୍ଭବ ହୋଇଛି । ଜୀବନ ସହିତ ସଂଶ୍ଳିଷ୍ଟ ଥିବା ତାତ୍ପର୍ଯ୍ୟପୂର୍ଣ୍ଣ ଦିଗ ଉପରେ ବିଜ୍ଞାନଲବ୍ଧ ଜ୍ଞାନକୁ ଆଲୋଚନା କରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏ ପୁସ୍ତକର ମୁଖ୍ୟ ଉଦ୍ଦେଶ୍ୟ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE