MAYAMUKTI


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

କ୍ଷୁଦ୍ରଗଳ୍ପ ସଂକଳନ ମାୟାମୁକ୍ତି ମଣିଷ ସତେ ଯେପରି ଭ୍ରମରେ ପଡି ଥାଏ । ଆଖିରେ କଳା ଚଷମା ଲଗାଇ ନିଏ ଆଉ ଜୁଟି ଯାଏ ଧାଆଁ ଦଉଡରେ । ସେଇ ଭ୍ରମରେ କିଛି ବି ଦିଶେନା ତାକୁ କେବଳ ଗୋଟିଏ ନିଶା ଶୀର୍ଷରେ ପହଞ୍ଚିବାର ନିଶା ଅନ୍ୟ ଅପେକ୍ଷା ଶ୍ରେଷ୍ଠ ହେବାର ନିଶା କିନ୍ତୁ କେବେ ବି ନିଜ ଆତ୍ମାର ଶ୍ରେଷ୍ଟତା କଥା ଭାବେନି । (ମହାଯାତ୍ରା) ବୈରାଗୀ ବି ତ ପ୍ରେମିକଟିଏ । ସେ ପ୍ରଭୁ ପ୍ରେମର ଅନୁରାଗୀ- ବୈରାଗୀ । (ବୈରାଗୀ) ସୁଖିଲା ପତ୍ର ପରି ଏଇ ଜୀବନ ଖାଲି ଡେମ୍ଫରେ ଯାହା ଲଟକି ରହିଛି । ଥିରି ଥିରି ପବନରେ ବଡ ସାବଧାନରେ ଦୋହଲୁଛି । ପବନ ଯଦି ଅମାନିଆ ହୋଇ ଟିକିଏ ଯୋରରେ ବୋହିବ କିଏ ଜାଣିଛି କୋଉ ମୁହୁର୍ତ୍ତରେ ଟପ୍ କରି ଝଡି ନପଡିବ ? ମଣିଷ ଜୀବନର ଭରସା କଣ ଏଇନେ ଅଛି ଏଇନେ ନାହିଁ । (ଅବିନାଶୀ) ଡର ତ ସମସ୍ତଙ୍କୁ ଲାଗେ କୁକୁର ଭୁକିଲେ ସାମ୍ନାରେ ଠିଆ ହୋଇଥିବା ଲୋକଟାକୁ ବି ଡର ଲାଗେ କିନ୍ତୁ କୁକୁର ଭୁକେ କାହିଁକି ? କାରଣ କୁକୁରକୁ ବି ଡର ଲାଗେ ହେଲେ ସେ ନିଜ ଡରକୁ ଲୁଚାଇ ସବୁ ବେଳେ ମଣିଷକୁ ଡରାଇବାକୁ ଚେଷ୍ଟା କରେ । ଉଭୟଙ୍କୁ ଡର ଲାଗେ କିନ୍ତୁ ଉଭୟ ନିଜ ଡରକୁ ଲୁଚାଇ ଅନ୍ୟକୁ ଡରାଇବାକୁ ଚେଷ୍ଟା କରନ୍ତି । ଶେଷରେ ଯିଏ ନିଜ ଡରକୁ ଜିତିବାରେ ସଫଳ ହେଲା ସିଏ ଜିତିଲା । (ଶାକମ୍ବରୀ) ନାଉରିଆ ନିର୍ବିକାର ଭାବେ କହିଲା ଦିଗମ୍ବର ତୁମକୁ ବଡ ଦୁର୍ଲଭ ମଣିଷ ଜନ୍ମ ମିଳି ଥିଲା । କିନ୍ତୁ ତୁମେ ଅସଲ ମୂଲ୍ୟବାନ ସମ୍ପତ୍ତି ଏକାଠି ନକରି କେବଳ ମାଟି ଗୋଡି ପଥର ଏକାଠି କରିବାରେ ତୁମର ସାରା ଜୀବନ ବ୍ୟର୍ଥରେ ବିତେଇ ଦେଲ । (ସଂନ୍ଧିକାଳ) କାମନାର ବିନାଶ କରିବା ଦରକାର ନାହିଁ କିନ୍ତୁ କେବେ ବି କାମନାର ଦାସ ହୋଇ ଯାଅନି ବରଂ କାମନାକୁ ନିଜର ଦାସ କରି ନିଅ । ଜୀବନରେ ଖୁସିର ଅଭାବ ରହିବନି । (ମୋକ୍ଷ) ଜଣେ କହିଲା ମାଆ କସମ୍ ଆବେ କି ମାଲ୍ ହେଇଚି ବେ ଶଳା ଏମିତି ଗୋଟେ ଝିଅ ମିଳି ଯାଆନ୍ତାକି ? ଆପୁନ୍ କା ଲାଇଫ୍ ସେଟ୍ ହୋଇ ଯାଆନ୍ତା । ଆଉ ଜଣେ ତା ମୁଣ୍ଡକୁ ପଛରୁ ଠୁକେଇ ଦେଇ କହିଲା ଆବେ ଏତେ ସପନ ଦେଖେନା ଏତେ ସପନକୁ ରାତି କାଇଁବା (ଅଙ୍ଗୁର)
downArrow

Details