Mote Chinha

About The Book

<p>ସତୀପ୍ରଥା ପରି ଏକ ଘୃଣ୍ୟ ପ୍ରଥା ବିଷୟରେ କିଏ ବା ଅବଗତ ନୁହଁନ୍ତି! ସମାଜରୁ ଏହି କୁପ୍ରଥା ଉଚ୍ଛେଦ କରିବାରେ ମୁଖ୍ୟ ପୁରୋଧା ସାଜିଥିବା ରାଜା ରାମମୋହନଙ୍କ ଭାଉଜଙ୍କ ସତୀ ହେବା ଘଟଣାର ବର୍ଣ୍ଣନା ମୋତେ ବିସ୍ମିତ କରିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଲୋକାମଞ୍ଜରୀଙ୍କୁ ସତୀ ହେବା ପାଇଁ ଚିତାରେ ବସାଇଦିଆ ଯାଇଥିଲା। ଚିତାରେ ଅଗ୍ନିସଂଯୋଗ ପରେ ଲୋକମାନେ ସେଠାରୁ ଚାଲି ଆସିଥିଲେ। ଅଲୋକାମଞ୍ଜରୀ ନିଜକୁ ନିଆଁ ମୁହଁରୁ ବଞ୍ଚାଇ ଅଧାଜଳା ଅର୍ଦ୍ଧଉଲଗ୍ନ ଅବସ୍ଥାରେ ଏକ ବୁଦା ମୂଳରେ ଆତ୍ମଗୋପନ କରିଥିଲେ। କିନ୍ତୁ ସକାଳେ ତାଙ୍କୁ ଜୀବିତ ଥିବା ଦେଖିପାରି ଲୋକମାନେ ପୁଣି ଥରେ ନେଇ ତାଙ୍କୁ ଚିତାରେ ଜାଳି ଦେଇଥିଲେ। ଏପରି ଘଟଣା ମାନବତା ପ୍ରତି ଏକ ଶକ୍ତ ପ୍ରହାର ଅଟେ। ଏହି ଲୋମହର୍ଷଣ ଘଟଣାରେ ବ୍ୟଥିତ ରାମମୋହନ ସତୀପ୍ରଥା ଉଚ୍ଛେଦ ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ଲେଖକ ଇତିହାସର ଏହି ବାସ୍ତବ ଚରିତ୍ର ସହ ଉପନ୍ୟାସର ମୁଖ୍ୟ ଚରିତ୍ର ସାବିତ୍ରୀ କୁଅଁରକୁ ତୁଳନା କରିଛନ୍ତି। ସେ କିନ୍ତୁ ଅଲୋକାମଞ୍ଜରୀଙ୍କ ପରି ସମାଜ ଓ ଅନ୍ଧବିଶ୍ୱାସ ଆଗରେ ହାରି ନ ଯାଇ ବଞ୍ଚିବା ପାଇଁ ସଂଘର୍ଷ କରିଛି। କିନ୍ତୁ ତାକୁ ତା ନିଜ ବାପାମାଆ ମଧ୍ୟ ଗ୍ରହଣ କରିବାକୁ ରାଜି ହୁଅନ୍ତିନି। ଏପରି ଅନେକ ଘଟଣା ଓ ଚରିତ୍ରର ନିଖୁଣ ବର୍ଣ୍ଣନା ଉପନ୍ୟାସକୁ ସୁଖପାଠ୍ୟ କରି ଗଢ଼ିତୋଳିଛି।</p><p>କିଛି ଘଟଣାବଳୀ ଓ ପ୍ରଥାକୁ ଲେଖକ ଯେପରି ବୈଜ୍ଞାନିକ ତର୍କ ମାଧ୍ୟମରେ ଉପସ୍ଥାପିତ କରିଛନ୍ତି ତାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ଏହି ତଥ୍ୟ ଗୁଡିକ ହିଁ ମୋତେ ବହିଟିକୁ ଅନୁବାଦ କରିବା ପାଇଁ ପ୍ରେରିତ କରିଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଆମର ଦୈବୀପୀଠଗୁଡ଼ିକ ବିଷୟରେ ସବିଶେଷ ଜାଣିବା ତାହା ପୁଣି ଏକ ବୈଜ୍ଞାନିକ ତର୍କ ଦେଇ... ନିଶ୍ଚିତ ରୂପେ ପାଠକକୁ ଏକ ନୂତନ ଅନୁଭୂତି ଦିଏ।</p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE