Mun Bi Maobadi

About The Book

<p>ମାଓବାଦୀ କହିଲେ ଆମ ମନରେ ଡର ଆସେ । ସାଧାରଣ ଲୋକ ସରକାରୀ ବାବୁ ପୋଲିସ ନେତା ଠିକାଦାର ସମସ୍ତେ ଡରନ୍ତି । ସେମାନେ କୁଆଡ଼େ ନିର୍ବାଚିତ ସରକାରରେ ବିଶ୍ୱାସ କରନ୍ତିନି । ସମାନ୍ତରାଳ ବ୍ୟବସ୍ଥା ଓ କାନୁନ ତିଆରି କରନ୍ତି । ସେମାନଙ୍କ ନଜରରେ ଯିଏ ଅପରାଧୀ ସାବ୍ୟସ୍ତ ହୁଏ ତାକୁ ଧରିଆଣି ପ୍ରଜାକୋର୍ଟରେ ହାଜର କରନ୍ତି । ପ୍ରଜାକୋର୍ଟ କହିଲେ ଗାଁ ଲୋକଙ୍କ ଉପସ୍ଥିତିରେ ବିଚାର ଚାଲେ । ଆଉ ସ୍ଥାନୀୟ ମାଓବାଦୀ ନେତାଙ୍କ ନିର୍ଦ୍ଦେଶରେ ଦଣ୍ଡ ଦିଆଯାଏ । ଅନେକ ସରକାରୀ କର୍ମଚାରୀ ଅସାଧୁ ଅଧିକାରୀ ଲୋଭୀ ଠିକାଦାର ପୋଲିସ ଇନଫର୍ମରଙ୍କୁ ସେମାନେ ମୃତ୍ୟୁଦଣ୍ଡ ଦେଇଛନ୍ତି ଯାହାର ହିସାବ ନାହିଁ । ମାଓବାଦୀଙ୍କ କଥା ଆସିଲେ ମୋ ମନକୁ ବିଶିଷ୍ଟ କଥାକାର ଭଗବତୀ ଚରଣ ପାଣିଗ୍ରାହୀଙ୍କ 'ଶିକାର' ଗଳ୍ପ ଦୃଶ୍ୟମାନ ହୁଏ । କେମିତି ଝିଅବୋହୂଙ୍କ ଇଜ୍ଜତ ସହ ଖେଳ ଖେଳୁଥିବା ସର୍ଦ୍ଦାରର କଟାମୁଣ୍ଡ ଧରି ଘିନୁଆ ଥାନାକୁ ଯାଏ । ସେତେବେଳଠୁ ଏବେ ପର୍ଯ୍ୟନ୍ତ ଆମ ସମାଜରେ ସର୍ଦ୍ଦାରମାନେ ଅଛନ୍ତି ଏବଂ ସେମାନଙ୍କୁ ଆମ ସାମାଜିକ ବ୍ୟବସ୍ଥା ଓ ଆଇନକାନୁନ କିଛି ବି କରିପାରୁନି । ଘିନୁଆମାନେ ମାଓବାଦୀ ପାଲଟି ଯାଇଛନ୍ତି । ଆଉ ଥାନାକୁ ଯାଉନାହାନ୍ତି । ନିଜେ ନିଜେ ପ୍ରଜାକୋର୍ଟରେ ଦଣ୍ଡ ଦେଉଛନ୍ତି । </p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE