Padmamali

About The Book

<p>ପ୍ରଥମ ଓଡ଼ିଆ ଉପନ୍ୟାସ 'ପଦ୍ମମାଳୀ'ର ବିଭିନ୍ନ ସଂସ୍କରଣ ଭୂମିକାରେ ଔପନ୍ୟାସିକ ଉମେଶଚଂନ୍ଦ୍ର ସରକାର ଜଣେ ପଥ-ପ୍ରଦର୍ଶକର ଅନୁଭବକୁ ବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟରେ ପ୍ରକୃତ ଗଦ୍ୟ କାହାଣୀର ଅଭାବ ଓ ଏ ଦିଗରେ ପଦକ୍ଷେପ ଏକ 'ଅଭିଯାନ' ରୂପେ ଆଖ୍ୟାୟିତ। ଓଡ଼ିଶାର ଇତିହାସ କାଳ୍ପନିକ ଗଦ୍ୟ କାହାଣୀର ଆକାର ବୋଲି ସେ ପ୍ରଥମ ସଂସ୍କରଣ ଭୂମିକାରେ କହିଛନ୍ତି। ସଂପୃକ୍ତ ଉପନ୍ୟାସର ଦ୍ୱିତୀୟ ସଂସ୍କରଣ ଭୂମିକାରେ ଐତିହାସିକ ରୋମାନ୍‌ସର କାହାଣୀ ଓ ଇତିହାସ ଭିତରେ ଥିବା ସମ୍ପର୍କ ପ୍ରସଂଗ ଉତ୍‌ଥାପିତ। ଇତିହାସ କେତେକ ଘଟଣାର ସମଷ୍ଟି। ଐତିହାସିକ ଉପନ୍ୟାସରେ ଏହି ଘଟଣା ଯଥାଯଥ ଉପସ୍ଥାପନ ଏକାନ୍ତ କାମ୍ୟ- ଏଥିନେଇ ଉମେଶଚନ୍ଦ୍ରଙ୍କ ମତାମତ ସ୍ପଷ୍ଟ ଓ ଦୃଢ଼। ଔପନ୍ୟାସିକଙ୍କର କର୍ତ୍ତବ୍ୟ ହେଲା ଇତିହାସର ବ୍ୟତିକ୍ରମ ନକରି ବା ଘଟଣାର ଐତିହାସିକ ଯଥାଯଥତା ଓ ପରିପୂର୍ଣ୍ଣତାକୁ ଖଣ୍ଡିତ ନ କରି ପାଠକଙ୍କୁ ଆନନ୍ଦ ଦେବା। ଘଟଣାର ଯଥାଯଥତା ଉପରେ ଏହି ଗୁରୁତ୍ୱ ଆରୋପ ହେତୁ 'ପଦ୍ମମାଳୀ' ହୋଇଛି ଉମେଶଚନ୍ଦ୍ରଙ୍କ ଦୃଷ୍ଟିରେ ଓଡ଼ିଆ ସାହିତ୍ୟର ଏକମାତ୍ର ଐତିହାସିକ ରୋମାନ୍‌ସ।</p><p>              'ପଦ୍ମମାଳୀ'ର ଭୂମିକା ଦୁଇଟି - ଉପନ୍ୟାସ ଶିଳ୍ପ ପ୍ରତି ଲେଖକଙ୍କର ଦୃଷ୍ଟିଭଙ୍ଗୀର ଦୁଇଟି ଦିଗ ସମ୍ପର୍କରେ ସଚେତନ କରେ। ସମକାଳର ଅନ୍ୟାନ୍ୟ ଲେଖକଙ୍କ ଭଳି ଓଡ଼ିଆ ସାହିତ୍ୟସେବାକୁ ସେ ଏକ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି। ଐତିହାସିକ-ଉପନ୍ୟାସ ବାସ୍ତବ ଐତିହାସିକ ଘଟଣା ସହ କାଳ୍ପନିକ କାହାଣୀ ବା ଘଟଣାର ଯୌଗିକ ମିଶ୍ରଣ। ଓଡ଼ିଶା ଇତିହାସ ସମ୍ପର୍କରେ ତାଙ୍କର ଔତ୍ସୁକ୍ୟ ଅଧିକ ଆଲୋଚନାର ଅପେକ୍ଷା ରଖେ। ତାଙ୍କର ଏହି ଔତ୍ସୁକ୍ୟ ସମକାଳର ପ୍ରବୃତ୍ତି ଅନୁସରଣ କରି ମୁଖ୍ୟତଃ ଦେଶପ୍ରେମ-ସଂଜାତ। ତା'ସହ ଇତିହାସକୁ ସେ ଦେଖିଛନ୍ତି ବହୁ ସାହିତ୍ୟିକ ସମ୍ଭାବନାର ଗନ୍ତାଘର ରୂପେ। ତାଙ୍କର ଆଲୋଚିତ ଉପନ୍ୟାସରେ ଗୃହୀତ ହୋଇଥିବା ଘଟଣାଗୁଡ଼ିକର ବିଶ୍ଳେଷଣରୁ ଜଣାଯାଏ ଯେ ଇତିହାସ ତାଙ୍କ ଦୃଷ୍ଟିରେ ନାଟକୀୟ ଗୁଣ ସମ୍ପନ୍ନ- ଦୁଇଟି ରାଜ୍ୟ ମଧ୍ୟରେ ସଂଘର୍ଷ ମନ୍ତ୍ରଣା ଇତ୍ୟାଦି ଏହାର ଉପାଦାନ। </p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE