????????   (Parira Dena)

About The Book

About the Book:

ପରୀର ଡେଣା କୁନି ଗାଳ୍ପିକାଙ୍କ ଦ୍ୱିତୀୟ ଗଳ୍ପ ସଂକଳନ ।ଏହି ସଂକଳନଟି ଲେଖିକାଙ୍କର କମନୀୟ ସୃଷ୍ଟି। ଏଥିରେ ସ୍ଥାନ ପାଇଥିବା ଗଳ୍ପ ଗୁଡ଼ିକ ବିଦ୍ୟାଳୟର କୋମଳମତି ଛାତ୍ର ଛାତ୍ରୀଙ୍କ ମନରେ ଶିକ୍ଷା ଓ ସଂସ୍କାର ଧର୍ମୀ ସକାରାତ୍ମକ ଭାବନା ଭଦ୍ରକ କରିବା ସହ ନିଶ୍ଚିତ ଭାବେ ସେମାନଙ୍କ ପାଇଁ Flipcart ଓ Amazon ରେ ଏକ ସଂଗ୍ରହଣୀୟ ପୁସ୍ତକ ହେବ ।ଏହା ଆମ୍ଭ ଦୃଢ ଆଶା ଓ ବିଶ୍ଵାସ ।
-ପ୍ରକାଶକ

About the Author:

କୁନି ଲେଖିକା ତସନିମ୍ ସୁଲତାନା ଓଡ଼ିଶାର ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଫକୀରସାହୀ ଗ୍ରାମରେ ୨୨ ମଇ ୨୦୦୮ ମସିହାରେ ଏକ ଉଚ୍ଚ ଶିକ୍ଷିତ ପରିବାରରେ ଜନ୍ମଗ୍ରହଣ କରିଛନ୍ତି। ''ତସନିମ୍ କାହାଣୀମାଳା'' କୁନି ଲେଖିକାଙ୍କ ପ୍ରଥମ ଗଳ୍ପ ସଂକଳନ ଥିଲା। ତାଙ୍କର ଅନେକ ଗଳ୍ପ ଓ କବିତା ଓଡ଼ିଶାର ଦୈନିକ ସମ୍ବାଦପତ୍ର ସମ୍ବାଦ ପ୍ରମେୟ ସମାଜ ସକାଳ ଓ ପ୍ରଗତିବାଦୀର ଶିଶୁ ପୃଷ୍ଠା ଯଥାକ୍ରମେ ଫୁଲଝରି ପ୍ରଜାପତି ଶିଶୁ ରାଇଜ ସୁମନ ଓ ଫ୍ୟୁଚରକିଡ୍ସ୍ରେ ପ୍ରକାଶିତ ହୋଇ ପାଠକୀୟ ସ୍ଵୀକୃତି ଲାଭ କରିଛି । ତାଙ୍କର ଅନେକ ଗଳ୍ପ ଡକ୍ଟର ଇତି ସାମନ୍ତଙ୍କ ସମ୍ପାଦିତ କୁନିକଥା ସହ ଅନ୍ୟାନ୍ୟ ମାସିକ ଶିଶୁ କିଶୋର ପତ୍ରିକାରେ ପ୍ରକାଶିତ ହୋଇଛି। ଏତଦ୍ବ୍ୟତୀତ ଅନେକ ଗଳ୍ପ ଷ୍ଟାରିମିରର୍ ଓ ପ୍ରତିଲିପି ୱେବପେଜରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି।

ଲେଖିକାଙ୍କୁ ୨୦୨୩ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ଼.ଆର୍ ଖାନଙ୍କ କରକମଳରେ ଲାଡଲି ସମ୍ମାନ-୨୦୨୩ କାଦମ୍ବିନୀ ସାହିତ୍ୟ ଏକାଡେମୀ ତରଫରୁ କୁନି କଥା କୁନି ପ୍ରତିଭା ପୁରସ୍କାର-୨୦୨୪ ଓ ଶିଶୁ ସାହିତ୍ୟ ଲେଖକ ସମ୍ମେଳନ ଓଡ଼ିଶା ତରଫରୁ ଶୁକଦେବ ବାରିକ ଶିଶୁ ପ୍ରତିଭା ସମ୍ମାନ-୨୦୨୩ରେ ସମ୍ମାନିତ କରାଯାଇଛି ।

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details

LOOKING TO PLACE A BULK ORDER?CLICK HERE