Pharistan

About The Book

<p>ଉମାକାନ୍ତ ବାବୁ ଖୁବ୍ ବିଳମ୍ବରେ - ପ୍ରାୟ ୧୯୮୬ ମସିହାରେ ସାହିତ୍ୟରେ ମନୋନିବେଶ କଲେ । ଅନେକ କ୍ଷୁଦ୍ରଗଳ୍ପ ନିବନ୍ଧ ରମ୍ୟ ରଚନାର ସ୍ରଷ୍ଟା ଉମାକାନ୍ତ ବାବୁ ଜଣେ ସ୍ତମ୍ଭକାର ଭାବେ ବିଭିନ୍ନ ବିଷୟର ଅନୁଶୀଳନ କରି ନାନାଦି ପ୍ରାସଙ୍ଗିକ ଅଥଚ ସର୍ବସାଧାରଣରେ ଅବିଦିତ ତଥ୍ୟ ପରିବେଷଣ କରି ଏକ ବୃହତ୍ ପାଠକ ଗୋଷ୍ଠୀର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ତାଙ୍କର କ୍ଷୁଦ୍ର ଗଳ୍ପଗୁଡ଼ିକ ଅନବଦ୍ୟ । ସେଥିରେ ସେ କଥକ ପରି ଚରିତ୍ରମାନଙ୍କୁ ଟିକିଏ ଦୂରରୁ (କିନ୍ତୁ ଏତେ ଦୂରୁ ନୁହେଁ ଯେ ସେମାନେ ଇତର ଲୋକ ବା ଅନାତ୍ମୀୟ ପରି ଦିଶିବେ) ଦେଖି ସେମାନଙ୍କର ନିତିଦିନିଆ ଜୀବନ ଓ ତା'ର ଅନ୍ତରାଳରେ ଥିବା ଜୀବନର ଚିତ୍ର ଉପସ୍ଥାପନ କରନ୍ତି । ଶୈଳୀ କଥକର ଶୈଳୀ ପରି - କାହାଣୀଟିକୁ ବିନା ବାକ୍ୟାଡମ୍ବରରେ ଓ ସଂକ୍ଷେପରେ କହିବା ସେ ଶୈଳୀର ଲକ୍ଷ୍ୟ । ଉମାକାନ୍ତ ବାବୁ ତିନିଟି ଖୁବ୍ ଅସାଧାରଣ ଓ ସାର୍ଥକ ଉପନ୍ୟାସର ରଚୟିତା ମଧ୍ୟ ।</p><p>ଓଡ଼ିଆ ବ୍ୟତୀତ ଇଂରାଜୀ ହିନ୍ଦୀ ଉର୍ଦ୍ଦୁ ଓ ବଙ୍ଗଳା ଭାଷାରେ ସେ ବିଶେଷ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଉର୍ଦ୍ଦୁର ମହାନ୍ କବି ମୀର୍ଜା ଗାଲିବ୍‌ଙ୍କର କବିତାର ସେ ଓଡ଼ିଆ ରୂପାନ୍ତର କରିଛନ୍ତି ଏବଂ ଗାଲିବ୍ ତଥା ଅନ୍ୟାନ୍ୟ ସମକାଳୀନ ଉର୍ଦ୍ଦୁ କବିଙ୍କର ଅନନ୍ୟ କବି ପ୍ରତିଭାର ପ୍ରବକ୍ତା ଭାବେ ସେ ୧୯୯୯ ମସିହାରେ ଗାଲିବ୍‌ଙ୍କର ଦ୍ୱିତୀୟ ଶତବାର୍ଷିକ ଜୟନ୍ତୀକୁ ଭାରତ ସରକାରଙ୍କ ଦ୍ୱାରା ବିଶେଷ ଭାବେ ନିମନ୍ତ୍ରିତ ହୋଇଥିଲେ ।</p><p></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE