PREMA EKA PRAJATI
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ପ୍ରେମ ଏକ ପ୍ରଜାପତି କେବେ ଗପଟିଏ କହିଲେ ସତ ପରି ଲାଗେ କେବେ ସତ କଥାଟିଏ କହିଲେ ଗପ ପରି ଲାଗେ । ସତ ଆଉ ଗପ ଭିତରେ ବେଶି କିଛି ଫରକ୍ ନଥାଏ । ଯାହା ମୋ ପାଇଁ ସତ ହୁଏତ ଆପଣଙ୍କୁ ଗପ ପରି ଲାଗିପାରେ । ଯାହା ଆପଣଙ୍କୁ ସତ ତାହ ଶୁଣିବା ଲୋକକୁ ଗପ ପରି ଲାଗିପାରେ । ଅସଲ କଥା ହେଲା ଗପ ଆଉ ସତ ଭିତରେ ବେଶି କିଛି ଫରକ ନଥାଏ । ସବୁ ଗପ କେବେନା କେବେ କାହା ଜୀବନରେ ସତରେ ଘଟିଥାଏ । ସୁଫି ସନ୍ଥ ରୁମିଙ୍କ ଭାଷାରେ ପ୍ରେମ ମୋର ଧର୍ମ ଏବଂ ସମସ୍ତଙ୍କ ହୃଦୟ ମୋ ପାଇଁ ମନ୍ଦିର । ପ୍ରେମର ପରିଭାଷା ଆଜି ଯାଏ କେହିବି ସଠିକ୍ ଭାବେ ପରିଭାଷିତ କରିପାରିନି କରିବା ମଧ୍ୟ ସମ୍ଭବ ନୁହେଁ । ପ୍ରେମ କେତେ ପବିତ୍ର ଅବା କେତେ ପାପ ପ୍ରେମ ଜୀବନ ପାଇଁ ବରଦାନ ଅବା ଯକ୍ଷ ଅଭିଶାପ ? ସମର୍ପଣ ରାଧା ପ୍ରେମେ ଅବା ମୀରାର ପ୍ରେମରେ ? କଣ ବା ଉଣାଥିଲା ସତ୍ୟଭାମା ପ୍ରେମେ ପରିଣୀତା ପତ୍ନୀ ଭୂମିକାରେ ? ପ୍ରେମ କେବଳ ଏକ ଅନୁଭବ ଯାହାକୁ କଥାରେ ବର୍ଣ୍ଣନା କରିହୁଏନି କେବଳ ପ୍ରେମ କରିକି ପ୍ରେମକୁ ଜାଣିହୁଏ । କାହାକୁ ରସଗୋଲାର ସ୍ୱାଦ ମିଠା ବୋଲି କଥାରେ କହି ବୁଝେଇ ହେବନି କିନ୍ତୁ ରସଗୋଲାଟିଏ ଖୁଆଇ ଦେଲେ ସୁଆଦ ବିଷୟରେ କହିବାର ଆବଶ୍ୟକତା ହୁଏନି । ପ୍ରେମ ଏକ ପ୍ରଜାପତି ଗଳ୍ପ ସଂକଳନ ମାଧ୍ୟମରେ ମୁଁ ପାଠକମାନଙ୍କୁ ପ୍ରେମର ରସଗୋଲା ଖୁଆଇବାର ପ୍ରୟାସ କରିଛି । ଆପଣମାନେ ଗଳ୍ପଗୁଡିକ ପଢ଼ିଲେ ହୁଏତ ପ୍ରେମର ପରିଭାଷା ସମ୍ପର୍କରେ କିଛି ଅନୁମାନ ଲଗାଇ ପାରିବେ । ବିନୟ ମହାପାତ୍ର ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
downArrow

Details


LOOKING TO PLACE A BULK ORDER?CLICK HERE