PREMA EKA PRAJATI

About The Book

ପ୍ରେମ ଏକ ପ୍ରଜାପତି କେବେ ଗପଟିଏ କହିଲେ ସତ ପରି ଲାଗେ କେବେ ସତ କଥାଟିଏ କହିଲେ ଗପ ପରି ଲାଗେ । ସତ ଆଉ ଗପ ଭିତରେ ବେଶି କିଛି ଫରକ୍ ନଥାଏ । ଯାହା ମୋ ପାଇଁ ସତ ହୁଏତ ଆପଣଙ୍କୁ ଗପ ପରି ଲାଗିପାରେ । ଯାହା ଆପଣଙ୍କୁ ସତ ତାହ ଶୁଣିବା ଲୋକକୁ ଗପ ପରି ଲାଗିପାରେ । ଅସଲ କଥା ହେଲା ଗପ ଆଉ ସତ ଭିତରେ ବେଶି କିଛି ଫରକ ନଥାଏ । ସବୁ ଗପ କେବେନା କେବେ କାହା ଜୀବନରେ ସତରେ ଘଟିଥାଏ । ସୁଫି ସନ୍ଥ ରୁମିଙ୍କ ଭାଷାରେ ପ୍ରେମ ମୋର ଧର୍ମ ଏବଂ ସମସ୍ତଙ୍କ ହୃଦୟ ମୋ ପାଇଁ ମନ୍ଦିର । ପ୍ରେମର ପରିଭାଷା ଆଜି ଯାଏ କେହିବି ସଠିକ୍ ଭାବେ ପରିଭାଷିତ କରିପାରିନି କରିବା ମଧ୍ୟ ସମ୍ଭବ ନୁହେଁ । ପ୍ରେମ କେତେ ପବିତ୍ର ଅବା କେତେ ପାପ ପ୍ରେମ ଜୀବନ ପାଇଁ ବରଦାନ ଅବା ଯକ୍ଷ ଅଭିଶାପ ? ସମର୍ପଣ ରାଧା ପ୍ରେମେ ଅବା ମୀରାର ପ୍ରେମରେ ? କଣ ବା ଉଣାଥିଲା ସତ୍ୟଭାମା ପ୍ରେମେ ପରିଣୀତା ପତ୍ନୀ ଭୂମିକାରେ ? ପ୍ରେମ କେବଳ ଏକ ଅନୁଭବ ଯାହାକୁ କଥାରେ ବର୍ଣ୍ଣନା କରିହୁଏନି କେବଳ ପ୍ରେମ କରିକି ପ୍ରେମକୁ ଜାଣିହୁଏ । କାହାକୁ ରସଗୋଲାର ସ୍ୱାଦ ମିଠା ବୋଲି କଥାରେ କହି ବୁଝେଇ ହେବନି କିନ୍ତୁ ରସଗୋଲାଟିଏ ଖୁଆଇ ଦେଲେ ସୁଆଦ ବିଷୟରେ କହିବାର ଆବଶ୍ୟକତା ହୁଏନି । ପ୍ରେମ ଏକ ପ୍ରଜାପତି ଗଳ୍ପ ସଂକଳନ ମାଧ୍ୟମରେ ମୁଁ ପାଠକମାନଙ୍କୁ ପ୍ରେମର ରସଗୋଲା ଖୁଆଇବାର ପ୍ରୟାସ କରିଛି । ଆପଣମାନେ ଗଳ୍ପଗୁଡିକ ପଢ଼ିଲେ ହୁଏତ ପ୍ରେମର ପରିଭାଷା ସମ୍ପର୍କରେ କିଛି ଅନୁମାନ ଲଗାଇ ପାରିବେ । ବିନୟ ମହାପାତ୍ର ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE