Rati Jagualira Daka

About The Book

In the preface of the book the poet says ହଁ ରାତି ଅସ୍ଥିର କରେ ମୋତେ ଅନିଶ୍ଚିତତା ପାଇଁ । ରାତି ଅଣନିଃଶ୍ୱାସୀ କରେ ଆଶଙ୍କା ଗୁଡ଼ିକ ପାଇଁ । ଏତେବେଳେ ଲାଗେ ରାତି କହିଲେ କେବଳ ଅନ୍ଧାର ଓ ଅନ୍ଧାରକୁ ଅନ୍ଧାର ଛଡ଼ା ଅନ୍ୟ କେଉଁ ନାଆଁ ଦେଇ ହେବନି । କବି ରାଜେନ୍ଦ୍ର କିଶୋର ପଣ୍ଡା କିନ୍ତୁ କହନ୍ତି-- ଅନ୍ଧାର କଣ ଯେ.. ନିଡହକ କଳା ଆଲୁଅ/ଯେଉଁଠି ନିଜ ପର ବଡ଼ ସାନ /ପାତର ଅନ୍ତର ନାହିଁ । ଏଇଠି ରାତିର ଉଦାରତା ପୁଣି ଥରେ ଆଦର ପାଏ ।ସମସ୍ତ ଅସାମର୍ଥ୍ୟ କ୍ଷୋଭ ପାପବୋଧଅପୂର୍ଣତାର କଷ୍ଟ ସମସ୍ତ ଉଚ୍ଚାରିତ ଅନୁଚ୍ଚାରିତ ଶବ୍ଦ ଓ ଖଣ୍ଡିତ କବିତା ସବୁକିଛି ଅର୍ଥପୂର୍ଣ୍ଣ ମନେହୁଏ ରାତିର ଆଖିରେ ।ଦୁଃଖରୁ ପଳାୟନ କରିବାକୁ ପଡେ ନାହିଁ । ରାତି ସହଚର ହୋଇ ଦୁଃଖମାନଙ୍କ ପାଖେ ପାଖେ ଚାଲେ । ଦୁଃଖକୁ ସୁଖପରି ଭୋଗିବାର ଉପାୟ ବତାଏ । ମୁଁ ଆଉ ପ୍ରାର୍ଥନା କରେନା ତମସୋ ମା ଜ୍ୟୋତିର୍ଗମୟ । ଏଇ ତମସା ତ କବିତାକୁ କବିତ୍ୱ ଦେବାର ସର୍ବୋତ୍କୃଷ୍ଟ ପଥ । ଜୀବନକୁ ଉପଲବ୍ଧି କରିବାର ବିଶ୍ୱସନୀୟ ମାଧ୍ୟମ । ମୁଁ କ୍ରମଶଃ ବୁଝିଯାଏ ରାତି ସତରେ ଅନେକ ନିଃଶ୍ୱାସ ପ୍ରଶ୍ୱାସର ସମଷ୍ଟି ଆକାଶ ଓ ପୃଥିବୀର ମେଳଣ ଭୂମି । ରାତିର ନାନାବିଧ ରୂପ ଓ ଭାବରେ ଅନେକ ପ୍ରକାରେ ପ୍ରଭାବିତ ହୋଇଛି ମୋର ଲେଖନୀ । ଏବଂ ମୋର ଅଧିକାଂଶ କବିତାର ଭୂମିଷ୍ଠ ହେବାର ସମୟ ବି ରାତିର ମଧ୍ୟ ପ୍ରହର । ମୋତେ ଲାଗେ ରାତିରେ ହିଁ ମୁଁ ଜନ୍ମନିଏ ଓ ରାତିରେ ମରେ ।ଦିନବେଳ ତ ସଂସାର ପାଇଁ ଅଭିନୟର ବେଳ । ମୋର ଏଇ ଚତୁର୍ଥ କବିତା ସଙ୍କଳନର ନାମ ରାତି ଜଗୁଆଳିର ଡାକ ।ସେ ଜଣକ ରାତିକୁ ଜଗେ ନା ଅନ୍ଧାରକୁ ମୁଁ ଜାଣେନାହିଁ । ସେ ଜଣକ କିଏ ମୁଁ ଚିହ୍ନିନାହିଁ।।ତାର ବେଶଭୂଷା କେମିତି ମୁଁ ଦେଖିନାହିଁ । କିନ୍ତୁ ତାର ଡାକ ଶୁଭେ ଦୂରରୁ ପାଖରୁ ଭିତରୁ ବାହାରୁ । ରାତିକୁ ସତର୍କ କରେ ରାତିକୁ ଲୋଡ଼େ ସେ । ରାତିକୁ ରାତିର ମର୍ଯ୍ୟାଦା ଓ ଗାମ୍ଭୀର୍ଯ୍ୟ ଦିଏ ତାର ଡାକ । ଜୀବନ ବି ରାତିଭଳି ସକଳ ବିଡମ୍ବନା ସତ୍ତ୍ୱେ ଜୀବନ ଭଳି ହିଁ ବାସେ ଆଶ୍ୱସ୍ତ ହୁଏ ରାତି ଜଗୁଆଳିର ଡାକରେ । ଆଶା କରୁଛି ଆଦର ମିଳିବ ରାତି ଜଗୁଆଳିର ଡାକକୁ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE