RuRuRu RuRu


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଶିଶୁ ଓ କିଶୋର ଆସନ୍ତାକାଲିର ସମ୍ଭାବନା । ଏହି ବୟସରେ ସେ ନିଜକୁ ଗଢ଼େ । ଭବିଷ୍ୟତର ବିରାଟ ବୋଝ ବୋହିବାକୁ ସଂକଳ୍ପ କରେ । ନିଜ ଭିତରେ ଉକୁଟି ଉଠୁଥିବା ଆଭାସ ଓ ଆବେଦନକୁ ସେ ପରିପ୍ରକାଶ କରିବାକୁ ଚାହୁଁଥିବାବେଳେ ତାହାକୁ ଆହୁରି ତରଙ୍ଗାୟିତ କରିବା ପାଇଁ ଆମେ ବଡ଼ମାନେ ତାଙ୍କପାଇଁ ବାଡ଼ ନ ହୋଇ ମଶାଲ ପାଲଟିଲେ ସେମାନେ ସହଜରେ ଅନ୍ଧାର ପଥ ଅତିକ୍ରମ କରିପାରିବେ । ଶିଶୁଟି ପଢ଼ିବସିଲେ ଆଉ ଏକ ଦୁନିଆରେ ପହଂଚିଯାଏ । ପ୍ରତିପୃଷ୍ଠାରେ ତା ଚାରିପାଖରେ ବାପାବୋଉ ସାଙ୍ଗସାଥୀ ପରିବାର ବ୍ୟତିରେକ ଆଉ କେତେକ ଚରିତ୍ର ଓ ଘଟଣାକ୍ରମ ତାକୁ ଆକର୍ଷିତ କରିଥାଏ । ଦୁନିଆକୁ ଜାଣିବସେ । ନିଜର ସ୍ଥିତି ଅବସ୍ଥିତିକୁ ବୁଝିପାରେ । ଗଛ ପାହାଡ଼ ନଦୀ ସାଗର ଆକାଶ ମାଟିରେ ଗଢ଼ି ହେଉଥିବା ଜୀବନମାନଙ୍କୁ ଜାଣି ନିଜ କଅଁଳ ଆଖିରେ କଳ୍ପନା କରିବସେ ଓ ସାତରଙ୍ଗରେ ରଙ୍ଗେଇବାକୁ ଚେଷ୍ଟାକରେ । ଶାସନ ଅନୁଶାସନର ଅର୍ଗଳି ମଧ୍ୟରେ ଅସରନ୍ତି ପାହାଚରେ ପାଦ ଥାପିବାକୁ ପଛାଏନି । ପ୍ରତିଯୋଗିତାର ପୃଥିବୀରେ ପାରିଲା ପଣିଆର ପାରଦର୍ଶିତାକୁ ପ୍ରତିପାଦନ କରିବାକୁ ଆଶା ବାନ୍ଧେ । ଜୀବନ କାନ୍]ଭାସ୍]ରେ ଚିତ୍ରିତ ଦିଗକୁ ସ୍ୱତନ୍ତ୍ର କରିବାର ସୁଯୋଗକୁ ହାତଛଡ଼ା କରେନା । ଏଇ ସାଧନାର ଶୁଭବେଳାରେ ମୁଁ ନିଜ ବୟସରୁ ଝର୍କା ଦେଇ ଓହ୍ଲେଇ ଆସିଛି । ବୟସକୁ ପଛେଇ ଦେଇ ନିଜେ ଶିଶୁଟିଏ ପାଲଟି ତାଙ୍କ ହାତରେ ଧରେଇଦେବାକୁ ଚେଷ୍ଟା କରିଛି ଶିଶୁ କବିତା ଗୁଚ୍ଛ ରୁରୁରୁ ରୁରୁ କୁ । ଶିଶୁମନରେ ଆମୋଦ ସହିତ ଆଗାମୀ କାଲିରେ ଏକଏକ ନାୟକ ହେବାକୁ ସଂକଳ୍ପ କରି ସଫଳତା ପାଇଁ ମୋ ହୃଦୟର ଆବେଦନ କବିତାଗୁଚ୍ଛ ଗୁଣ୍ଡୁଚିମୂଷାର ଭୂମିକା ନେବ ବୋଲି ଆଶା ବାନ୍ଧିଛି ।
downArrow

Details