Sabda Sata Tala


LOOKING TO PLACE A BULK ORDER?CLICK HERE

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Fast Delivery
Fast Delivery
Sustainably Printed
Sustainably Printed
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.

About The Book

ଗତି ଓ ଶକ୍ତି ସହ ଶବ୍ଦର ଭାବସଂଚାରୀ ଧ୍ୱନି ଶବ୍ଦ ସାତ ତାଳର ଯାଦୁକରୀ ପ୍ରଲୋଭନ କେବଳ ନୁହେଁ; ଅବିଶ୍ୱସନୀୟ ବିଭବ ମଧ୍ୟ । ସମ୍ପୂର୍ଣ୍ଣ ଜୈବିକ ଓ ସ୍ୱପ୍ନ ବିଜଡ଼ିତ ଏହାର କବିତାଗୁଡ଼ିକରେ ଜୀବନର ବିପୁଳତାକୁ ସମୟର ଅଖଣ୍ଡତାକୁ ଅକୁଣ୍ଠିତ ଚିତ୍ତରେ ଚରିତ୍ରମାନେ ଯେପରି ଭୋଗିବାର ଆନନ୍ଦ ନେଇଛନ୍ତି ଅଣଈଶ୍ୱରୀୟ ସତ୍ତାର ଯେପରି ତେଜୋମୟ ରୂପ ବିନ୍ୟାସ କରିଛନ୍ତି; ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ମାନବିକତାର ଅପ୍ରତିହତ ଜୟଗାନରେ ବି ସେହିପରି ଅବିଚଳିତ ରହି ପାରିଛନ୍ତି ! ବିଶ୍ୱ-ଭୂମିକୁ ନିଜର କର୍ମଭୂମିର ପରିଚୟ ଦେବାକୁ ସତତ ଉଦ୍ୟମ କରୁଥିବା କେତେକ ଚରିତ୍ର ସମକାଳୀନ ସମାଜକୁ ସମୟକୁ ରାଜନୀତିକ ଅତ୍ୟାଚାରରେ ଅତିଷ୍ଠ ନହୋଇ ସଂଗଠିତ ଓ ଭୂମିମୁଖୀ ଉଡ୍ଡାଣ ଜାରୀ ରଖିବାର ପ୍ରୟାସ ଏବଂ ଭବିଷ୍ୟତର ପୃଥିବୀ ପାଇଁ ଯେଉଁ ତ୍ୟାଗର ପ୍ରଦର୍ଶନ କରିଛନ୍ତି ତା ଓଡ଼ିଆ କବିତାରେ ଏକ ନୂତନ ଦିଗ ଉନ୍ମୋଚିତ କରିଛି ବୋଲି ଅନାୟାସରେ କୁହାଯାଇପାରେ । ଶବ୍ଦ ସଂଚାଳନ ଭାବ ସଂପ୍ରସାରଣ କାବ୍ୟିକ ବାତାବରଣ ଜୀବନର ଆୟତନକୁ ବାନ୍ଧି ରଖିବାର ପଟୁତା ବାସ୍ତବକୁ ସାମ୍ନା କରିବାର ସ୍ପର୍ଦ୍ଧା ସମ୍ପର୍କ ଓ ପ୍ରେମର ପରିଭାଷାକୁ ଲୋକମୁଖୀ କରାଇବାର ବ୍ୟାକୁଳତା ସର୍ବୋପରି ବ୍ୟକ୍ତିତାରୁ ମୁକ୍ତ କରି ଏକ ସଂଗୋଷ୍ଠି ଆଡ଼କୁ ନେଇଯିବାର ନୂଆ ପଣ ଟିକକ ଶବ୍ଦ ସାତ ତାଳର ଅଳଙ୍କାର । ପାଠକେ ସାତ ତାଳ ପଙ୍କ ତଳେ ପାଇବେ ଶବ୍ଦ ଯହିଁରେ ଲୁଚି ରହିଛି ଭବିଷ୍ୟତର ପ୍ରାଣ ସମ୍ଭାବନାର ବୀଜ; କାରଣ ଶବ୍ଦ ସାତ ତାଳ ବିଶେଷ ଭାବେ ଚରିତ୍ରମାନଙ୍କର ସାମୂହିକ ପ୍ରାର୍ଥନା ଗୃହ !
downArrow

Details