Saharare Thila Gote Ghara O Anyanya Nataka

About The Book

ଏ ସଂକଳନର 'ଏବଂ ଆସନ୍ନ' କ୍ଷୁଦ୍ର ନାଟକଟିରେ ସଭ୍ୟତାର ଉଦ୍‌ବର୍ତ୍ତନ ସମ୍ପର୍କରେ କୁହାଯାଇଛି। ଉଦ୍‌ବର୍ତ୍ତନର ପ୍ରକ୍ରିୟା ଭିତରେ ମଣିଷର ସ୍ଥିତି କିପରି ସଂକଟାପନ୍ନ - ନାଟକଟି ତାର ଏକ ମହାକାବ୍ୟିକ ନାଟ୍ୟରୂପ ପରିବେଷଣ ଶୈଳୀରେ ବ୍ରେଖ୍‌ତୀୟ ଛାପ ସ୍ପଷ୍ଟ। ୧୯୮୨ରେ ମଂଚସ୍ଥ ଏହି ନାଟକଟି ମଧ୍ୟବିତ୍ତ ସମାଜର ପାରିବାରିକ ଆର୍ଥନୀତିକ ଓ ସାମାଜିକ ସଂକଟ ଗୁଡ଼ିକୁ ଦୃଶ୍ୟାୟିତ କରୁକରୁ ପରିବେଷଣରୁ ନିର୍ଗତ ହେଉଛି କିଛି ଶ୍ଲେଷାତ୍ମକ ନାଟ୍ୟ ସମ୍ବାଦ।

ଏ ସଂକଳନର ଦ୍ୱିତୀୟ ନାଟକ 'ସହରରେ ଥିଲା ଗୋଟେ ଘର' ଏକ ଶ୍ଲେଷଧର୍ମୀ ନାଟକ। ଅର୍ଦ୍ଧ ହାସ୍ୟରସାତ୍ମକ ସଂଳାପ ମାଧ୍ୟମରେ ଜଣେ ଗାଉଁଲୀ ସ୍ୱାମୀ ମଦନ ମୋହନ ସାମନ୍ତରାୟଙ୍କ ଘରର ବିଚିତ୍ର ବିଧାନ ସମ୍ପର୍କରେ ଏହାର କାହାଣୀ ଗୁମ୍ଫିତ।

ସଂକଳନର ତୃତୀୟ ନାଟକ 'ମାଂସର ବିଳାପ' ସ୍ୱର୍ଗତ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ପ୍ରଖ୍ୟାତ ଗଳ୍ପର କାହାଣୀ ଉପରେ ଆଧାରିତ ନାଟକଟିଏ। 'ମାସଂର ବିଳାପ' ଗଳ୍ପଟି ବିଗତ ଶହେ ବର୍ଷ ଧରି ଓଡ଼ିଆ ପାଠକର ହୃଦୟକୁ ଆନ୍ଦୋଳିତ କରି ଆସିଛି। କିନ୍ତୁ ଗଳ୍ପର ମୁଖ୍ୟ ଚରିତ୍ର ଗୋଟିଏ ହରିଣ (ଜଲି) ଓ ଗୋଟିଏ କୁକୁର (ଡୋରା) ହୋଇଥିବା ଯୋଗୁଁ ଏହାର ନାଟ୍ୟରୂପ ଦେବା ପାଇଁ କେହି ସାହସ କରି ନାହାନ୍ତି। କୌଳାସ ପାଣିଗ୍ରାହୀ ମୁଖ୍ୟତଃ ଜଣେ ଅଭିନେତା ଓ ନିର୍ଦ୍ଦେଶକ ହୋଇଥିବାରୁ ଜଲି ଓ ଡୋରା ଚରିତ୍ର ଚିତ୍ରଣ କରିବା ସମ୍ଭବପର ହେଲା। ଏହି କ୍ଷୁଦ୍ରଗଳ୍ପଟି ଓଡ଼ିଆ ପରିବେଷଣଧର୍ମୀ ନାଟକକୁ ଆଉ ପାଦେ ଆଗେଇ ନେବାରେ ସାହାଯ୍ୟ କରିଛି।

ସଂକଳନର ଚତୁର୍ଥ ନାଟକ 'ନର ବାନର' ଡାରୱିନ୍ (୧୮୦୯-୧୮୮୨) ଙ୍କ ବିଖ୍ୟାତ Theory of Evolution by Natural Selection ଉପରେ ଆଧାରିତ ଏକ ସୁନ୍ଦର ନାଟକ। Charles Darwinଙ୍କ ଉଦ୍‌ବର୍ତ୍ତନ ତତ୍ତ୍ୱର ପାଂଚୋଟି ଅଂଗକୁ ଏଠାରେ ନାଟ୍ୟାୟନ କରାଯାଇଛି। ସେଗୁଡ଼ିକ ହେଲା -

୧. Theory of Evolution as such

୨. Common descent

୩. Gradualism

୪. Population Specialization

୫.Selection

Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details

LOOKING TO PLACE A BULK ORDER?CLICK HERE