Tinoti Upanyasa
shared
This Book is Out of Stock!

About The Book

<p>Excerpt from the preface by Kailash Pattanaik: </p><p>         'ପେଚିଟି ଆଜି ରୁଷିଛି'- ଏଇ ବାକ୍ୟରୁ ଆରମ୍ଭ ହୋଇଛି ତମ ଉପନ୍ୟାସ 'ଏପାରି ସେପାରି' (୧୯୪୬) । ସେଇ ପେଚି ତମର ଏ ଉପନ୍ୟାସର କେନ୍ଦ୍ରୀୟ ଚରିତ୍ର । ଏମିତି ତ କେତେ ଉପନ୍ୟାସ ଲେଖା ହେଇଚି ନାୟିକାଙ୍କୁ ନେଇ । ସମଗ୍ର ଊନବିଂଶ ଶତାବ୍ଦୀର ଧାରାତ ଥିଲା ଏମିତି! ହେଲେ ତମର ପେଚିକୁ ମୁଁ ସ୍ୱତନ୍ତ୍ରଭାବେ ଉଲ୍ଲେଖ କରୁଚି ଏଇଥିଲାଗି ଯେ ତା ପରି ଖଞ୍ଜ ଦୁଃଖୀ ଅଭାବୀ ସ୍ୱାମୀ ପରିତ୍ୟକ୍ତା ପରିବାରର ବିରାଗଭାଜିତ ସ୍ତ୍ରୀଟିଏକୁ ତମେ କରିଚ ତମର ଏ ଉପନ୍ୟାସର କେନ୍ଦ୍ରବିନ୍ଦୁ ।  ଠିକ୍ ଏମ୍‌ତି ଗୋଟିଏ ସ୍ଥିତି ତମେ ତିଆରି କରିଚ 'ଭୁଲିହୁଏନା' (୧୯୪୮)ରେ । ରତନୀକୁ ସଜେଇଚ ତମେ ଏକ ଉପନ୍ୟାସର ମଧ୍ୟମଣିକରି । ପେଚିପରି ସେବି କଷଣ ଓ ଯାତନାର ଶିକାର ହୋଇଛି । ସ୍ୱାମୀ ଯୋଗିଆ କାମ ପାଇଟି ଲାଗି ଯାଇଚି 'ରାଙ୍ଗାମ' । ରହିଚି କେଇଦିନ କି ନାଇଁ 'ବ୍ରହ୍ମଦେଶକୁ ଜାପାନ ଦଖଲ କଲା ।' ଯୋଗିଆ ଫେରିଲାନି କିଛି ଖବର ଆସିଲାନି । ରତନୀ ଖୁଡ଼ୀର ନିର୍ଯ୍ୟାତନା ସହିଚାଲିଲା । ଦିନେ ଡାକବଂଗଳାର ଜଣେ ବାବୁଙ୍କ ପାଖରୁ ସେ ହେଇଚି ଗର୍ଭବତୀ । ନିର୍ଯାତିତା କିଶୋରୀଟିଏକୁ ଆହୁରି କଷଣ ଦେବାକୁ ଏମିତି ଖଳବୁଦ୍ଧିବି ରଖିଥିଲ କାହ୍ନୁଚରଣ! ତା'ପରେ ଆଉ ତା'ର ହେଇଥାନ୍ତା କ'ଣ? ଏକମାତ୍ର ଆଶ୍ରୟ ଦାଦାଖୁଡ଼ୀଙ୍କ ଘର ବି ଗଲା । ସେ ହେଲା ବାଟର ଭିକାରୀ ପାଗଳୀ । ସେଇ ଚରମଦୁଃଖର ଦିନମାନଙ୍କରେ ଆସି ପହଞ୍ଚିଥିଲା ହଠାତ୍ କେଉଁଠୁ ଯୋଗିଆ । 'ଚରିତ୍ରହୀନା' ରତନୀକୁ ଆଉ ଘରକୁ ନେବ କଣ ନିଜେ ଦୂରେଇଗଲା ା!</p><p>            ମାୟାକୁ ସାଧାରଣ ବିଧବାଟିଏରୁ ତମର ଅନନ୍ୟ ବିଜ୍ଞାନୀ-ବିଧବାଟିଏରେ ରୂପାନ୍ତରିତ କରିଦେଇଚ କାହ୍ନୁଚରଣ! ପ୍ରତିଭାବାନ ଲେଖକମାନେ ତ ଏଇମିତି ଭାବେ ସାମାନ୍ୟରେ ରୂପ ଗଢ଼ନ୍ତି ଅସାମାନ୍ୟର!! ନାରୀଟିଏ ତାର ମର୍ଯ୍ୟାଦା ଓ ସମ୍ମାନପ୍ରତି ଯଥେଷ୍ଟ ସ୍ପର୍ଶକାତର । ସେଇତାର ପରିଚୟ । ସେଇ ପରିଚୟର ଜୟଗାନ ତମ ଉପନ୍ୟାସ ମାନଙ୍କରେ କାହ୍ନୁଚରଣ ବାରମ୍ବାର ଆସିଚି! ସେଇଥିଲାଗି ତମ ଭିତରର ନାରୀସତ୍ତା ତମ ଲେଖାରେ ଏତେ ଉଜ୍ଜ୍ୱଳ । ସେଇ ସତ୍ତାତ ତମପାଇଁ ଡାକି ଆଣିଚି ଜୟ ଜୟକାର!!</p><p> </p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
*COD & Shipping Charges may apply on certain items.
Review final details at checkout.
1682
1709
1% OFF
Paperback
Out Of Stock
All inclusive*
downArrow

Details


LOOKING TO PLACE A BULK ORDER?CLICK HERE