Ulka

About The Book

<p>କବିତା ରାଜ୍ୟର ଏ ନବାଗତା ଆରାଧିକା ସଂଘମିତ୍ରାଙ୍କ ଏ ସଂକଳନର କବିତା ମତେ କାହିଁକି ଭଲ ଲାଗିଲା ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ହେବ : ୧- କବି ଯେଉଁ ପରିବେଶରେ ଜୀବନ ଜିଉଁଛି ସେହି ଜୀବନ ଓ ପରିବେଶକୁ ଗଭୀର ଓ ନିବିଡ଼ ଭାବରେ ଭଲ ପାଇବାର ଅନୁଭବରୁ ତା'ର କବିତା-ଚେତନାର ଉଦ୍ଭବ ହେଉଛି ବୋଲି ମୋର ଅବବୋଧ। ୨- କବି ନିଜ କଳ୍ପନାର ଚିତ୍ରମାନଙ୍କୁ ଆଙ୍କିଲା ବେଳେ ଖୁବ୍ ଶବ୍ଦ ମିତବ୍ୟୟୀ ଓ ତାଙ୍କ ଉପମା ରୂପକ ବିମ୍ବ ଆଦି ବସ୍ତୁ ଜଗତର ସାଯୁଜ୍ୟରେ ଖଚିତ। ୩- କବିତା ରଚନାରେ ଉଚ୍ଛ୍ୱାସ ସ୍ୱତଃସ୍ଫୁର୍ତ୍ତତା ଅପେକ୍ଷା ନିୟନ୍ତ୍ରିତ ଝଲକ ବା ଝକ୍ଟ୍ରବକ୍ସଳ ଉପରେ ତାଙ୍କ ଗୁରୂତ୍ୱାରୋପ। ୪- ଅନୁଭବର ସୌନ୍ଦର୍ଯ୍ୟ ସମ୍ବେଦନା ବିଦ୍ରୋହ ବା ପ୍ରେମର ବର୍ଣ୍ଣନା ନ କରି ସେ ନିର୍ମାଣ କରନ୍ତି ଏକ ଛାୟାଚ୍ଛନ୍ନ ପ୍ରଚ୍ଛଦ। ଖୁବ୍ ଧୀରି ଧୀରି ତନ୍ମୟତାରେ ଯାହା ଭେଦେ। ୫- କବିତାର ପ୍ରଥମ ଶବ୍ଦରୁ ଶେଷ ଶବ୍ଦ ଯାଏଁ ଏକ ଅସ୍ପଷ୍ଟ ଧ୍ୱନିର ଅନୁରଣନ ତାଙ୍କ କବିତାକୁ ମନ୍ତ୍ରସିଦ୍ଧ କରେ। ମୋ ଦୃଷ୍ଟିରେ ଭଲ କବିତାର ଏ ଗୁଣଗୁଡ଼ିକ ମୁଁ ସମସ୍ତ କବିଙ୍କ ଠାରୁ ଆଶାକରେ ସଂଘମିତ୍ରାଙ୍କ ପାଖରେ ପାଏ। </p><p>କବିତା ଲେଖା ଓ ପାହାଡ଼ ଚଢ଼ାରୁ ଅର୍ଜୁଥିବା କ୍ଷତର ଜ୍ୱଳନ ରୁଗୁରୁଗୁ କିନ୍ତୁ ଆନନ୍ଦଦାୟୀ। ପ୍ରିୟ କବି ଏ ପାହାଡ଼ ଚଢ଼ାର ଅନ୍ତ ନହେଉ! ପାହାଡ଼ର ଆରକୂଳରେ ପାହାଡ଼ ସେ ପାହାଡ଼ର ଆରକୂଳରେ ଆହୁରି ପାହାଡ଼ ଶିଖର ପରେ ଶିଖର ଆହୁରି ଶିଖରମାନ ତୁମ କ୍ଷତରକ୍ତରେ ରଙ୍ଗ ମାଖନ୍ତୁ। ପଚାରନା କବି କେଉଁ ରଙ୍ଗର ରକ୍ତ! --<strong>-ପ୍ରଦୀପ କୁମାର ପଣ୍ଡା ବରିଷ୍ଠ କବି</strong></p>
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE