Unknown

About The Book

About the Book: କୁହାଯାଏ.. ଅପେକ୍ଷା କଷ୍ଟଦିଏ ତଥାପି ଏହା ମିଠାପ୍ରଦ । ଅନେକ ଦିନର ଘାତପ୍ରତିଘାତ ସମସ୍ୟାର ଫଳଶ୍ରୁତି ଏହି ପୁସ୍ତକ । ମୋର ଅଭିଳାଷ ଓ ସରିତାଙ୍କର ଉତ୍ସାହ ମୋତେ ଏ କର୍ମରେ ଆଗକୁ ଯିବାପାଇଁ ପ୍ରେରଣା ଯୋଗାଇଛି । ପୁସ୍ତକଟିଏ ରଚନା କରିବା ଏକ ଦୁରୂହ ବ୍ୟାପାର । ତଥାପି ଏଥିରେ ମନୋନିବେଶ ଓ ଅନୁସନ୍ଧିସୁ ମନୋଭାବ ନ ଆସିବା ପର୍ଯ୍ୟନ୍ତ ଏହା କେବେ ଉତୁରିବ ନାହିଁ । ସେଥିପାଇଁ ସମୟ ସାପେକ୍ଷ । ବିଳମ୍ବ ହେଲେ ବି କାର୍ଯ୍ୟଟି ପାଖାପାଖି ଓ ଲକ୍ଷ୍ୟର ନିକଟବର୍ତ୍ତୀ । ପାଠକୀୟ ଆଦୃତି ହେଲେ ଶ୍ରମସାର୍ଥକ ହେଲା ବୋଲି ବୁଝିନେବି । ଯଦି ଏହି ପୁସ୍ତକରେ କୌଣସି ମୁଦ୍ରଣଜନିତ ତ୍ରୁଟି କିମ୍ବା ତଥ୍ୟ ଜନିତ ତ୍ରୁଟି ରହିଥିବ ତେବେ ଦୟାକରି ମୋତେ କିମ୍ବା ମୋର ପ୍ରକାଶକଙ୍କ ଦୃଷ୍ଟି ଆକର୍ଷଣ କଲେ ପରବର୍ତ୍ତୀ ସଂସ୍କରଣରେ ଆମେ ସୁଧାର ଆଣିବୁ । ଏଥିପାଇଁ ନିଶ୍ଚୟ ଆପଣ ଆମକୁ ସହଯୋଗ କରିବେ ବୋଲି ମୋର ଆଶା ଓ ବିଶ୍ଵାସ । About the Author: ପାଦ ଚିହ୍ନ ଶଙ୍କର ଙ୍କ ବିଷୟରେ ମୁଁ କଣ ଲେଖିବି ? ଅନେକ ସ୍ମତି ରହିଛି । ନିଜ ଛାତ୍ର ଜୀବନରୁ ଲେଖକତ୍ବ ଓବନ୍ଧୁତ୍ବ ପାଈବା ବାବଦରେ ମୁଁ ତାଙ୍କରି ପାଖରେ ଦେଖିବାକୁ ପାଈଛି । ଏଭଳି ଆମର ଦୃଷେଟିକୋଣ ଥିବ ତାହାଲେ ନିଜ ଭିତରେ ଥିବା କ୍ଷମତା ଆମକୁ ଶାନ୍ତିରେ ବସିବାକୁ ଦିଏ ନାହିଁ । ନିଜ ଭିତରେ ସେତିକି ଆତ୍ମ ବିଶ୍ବସ ରହିବାକୁ ପଡିବ ଓ ତାହାମଧ୍ୟ ଅତି ଦୃଢ । ଯାହା ଆମେ କରିବାକୁ ଚାହିଁଛେ ତାହାଆମେ ନିଶ୍ଚିତ ଭାବରେ କରିବା ଦରକାର ଏଥିରେ କୌଣସି ପ୍ରକାରର ବାଧାବିଘ୍ନ ଆସୁନା କାହିଁକି ନିଜ ଲକ୍ଷ୍ୟ ପଥର ଦୋହରିଯିବା ନାହିଁ। ମୁଁ ଜଣେ ଶଙ୍କରଙ୍କ ବନ୍ଧୁ ଆମେ ଦୁହେଁ ମିଶିକି ପଢୁ ଏକା ମହା ବିଦ୍ୟାଳୟରେ ନହେଲେ ମଧ୍ୟ +୨ ହେଈଥିବାରୁ ଆମେ ସଂନ୍ଧ୍ୟାରେ ପଢାପଢି ବିରେ ଆଲୋଚନା କରୁ। ଯୋପରି କିଛି ପାଈବା ଆଶାରେ ମୁଁ ଶଙ୍କରଙ୍କ ଠାରୁ ବସି ରହିଥାଏ। ବନ୍ଧୁ ହେଲେ ମଧ୍ୟ ସଂମ୍ପର୍କରେ ସେ ମୋର ମାମୁ ପୁଅ ହେବ ।
Piracy-free
Piracy-free
Assured Quality
Assured Quality
Secure Transactions
Secure Transactions
Delivery Options
Please enter pincode to check delivery time.
*COD & Shipping Charges may apply on certain items.
Review final details at checkout.
downArrow

Details


LOOKING TO PLACE A BULK ORDER?CLICK HERE